ଦ୍ୱିତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମର କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଭାରତ ଏକତରଫା ଭାବେ ୬ ୱିକେଟରେ ଜିତି ନେଇଥିଲା । ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଆଜିର ମ୍ୟାଚ୍ କର ବା ମର […]

ind-vs-wi

ind-vs-wi

Ranjit Kumar Jena
  • Published: Sunday, 08 December 2019
  • Updated: 08 December 2019, 06:55 PM IST

Sports

Latest News

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମର କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟି-୨୦କୁ ଭାରତ ଏକତରଫା ଭାବେ ୬ ୱିକେଟରେ ଜିତି ନେଇଥିଲା । ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି।

ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଘରୋଇ ତାରକା ସଞ୍ଜୁ ସାମସନଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ତେବେ ଇଣ୍ଡିଜ୍ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ୱିକେଟକିପର ଦିନେଶ ରାମଦିନ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ନିକୋଲାସ ପୁରନ୍ ଟିମକୁ ଫେରିଛନ୍ତି।

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, (କ୍ୟାପଟେନ୍‌), ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍‌, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍।

ୱେଷ୍ଟଇଣ୍ଡିଜ୍‌: ଲେଣ୍ଡଲ ସିମନ୍ସ, ଏଭିନ୍ ଲୁଇସ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ଶିମରନ୍ ହେଟମେୟର୍‌, ନିକୋଲାସ୍ ପୁରନ୍ (ୱିକେଟକିପର), କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ଜେସନ୍ ହୋଲ୍ଡର୍‌, ଖାରୀ ପିଏର୍‌, କେସରିକ୍ ୱିଲିୟମ୍ସ, ଶେଲଡନ୍ କଟ୍ଟରେଲ୍‌, ହେଡେନ୍ ୱାଲ୍ସ ଜୁନିୟର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos