ଦ୍ୱିତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାକୁ ୨୭୫ ରନରେ ରୋକିଲା ଭାରତ

ପୁଣେ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଛି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୦୧ ରନ୍ ଘୋଷଣା କରିଥିଲା। ଫଳରେ ଭାରତ ଭାରତ ୩୨୬ ରନର ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର ନିରାଶ କରିଥିବା ବେଳେ ଶେଷଭାଗରେ ଭର୍ନନ୍ ଫିଲାଣ୍ଡର୍ ଓ କେଶବ ମହାରାଜ ଶତକୀୟ ଭାଗୀଦାରୀ କରି ନିଜ […]

india

india

Ranjit Kumar Jena
  • Published: Saturday, 12 October 2019
  • Updated: 12 October 2019, 05:12 PM IST

Sports

Latest News

ପୁଣେ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଛି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୦୧ ରନ୍ ଘୋଷଣା କରିଥିଲା। ଫଳରେ ଭାରତ ଭାରତ ୩୨୬ ରନର ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର ନିରାଶ କରିଥିବା ବେଳେ ଶେଷଭାଗରେ ଭର୍ନନ୍ ଫିଲାଣ୍ଡର୍ ଓ କେଶବ ମହାରାଜ ଶତକୀୟ ଭାଗୀଦାରୀ କରି ନିଜ ଟିମକୁ ୨୭୫ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ମହାରାଜ ୭୨ (୧୩୨ ବଲ୍‌, ୧୨ ଚୌକା) ରନ୍ କରି ଆଉଟ୍ ହୋଇଥିବା ବେଳେ ଫିଲାଣ୍ଡର ୪୪ ରନ୍ କରି ଅପରାଜିତ ଥିଲେ। ମ୍ୟାଚରେ ଭାରତ ପୁଣିଥରେ ବ୍ୟାଟିଂ କରିବା ନା ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍ ଦେବ, ତାହା ଆସନ୍ତାକାଲି ଅର୍ଥାତ୍ ଚତୁର୍ଥ ଦିବସରେ ଜଣାପଡ଼ିବ। କାରଣ ଶନିବାର ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହେବା ପରେ ଦିବସର ଖେଳ ଶେଷ ହୋଇଛି।

ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକା ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୩୬/୩ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ନାଇଟ୍ ୱାଚମ୍ୟାନ୍ ଭାବେ ବ୍ୟାଟିଂ କରିବାକୁ ଆସିଥିବା ଆନରିଚ୍ ନୋର୍ଟଜେ (୮)ଙ୍କୁ ଆଜି ମହମ୍ମଦ ଶାମି ନିଜର ଶିକାର ବନାଇଥିଲେ। ସେହିପରି ଥ୍ୟୁନିସ୍ ଡି'ବ୍ରୁନ (୩୦) ଙ୍କୁ ଉମେଶ ଯାଦବ ଆଉଟ୍ କରି ଦକ୍ଷିଣ ଆଫ୍ରିକାର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

୫୩ ରନରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାର ସ୍ଥିତି ସମ୍ଭାଳିଥିଲେ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୭୫ ରନର ପାର୍ଟନରଶିପ୍ କରିଥିଲେ। ଡି'କକ୍ ୩୧ ରନ୍ କରି ବ୍ୟାଟିଂ କରୁଥିବା ବେଳେ ଅଶ୍ୱିନଙ୍କ ଅଫ୍ ସ୍ପିନକୁ ବୁଝିନପାରି କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସେନୁରାନ ମୁଥୁସ୍ୱାମୀ (୭) ମଧ୍ୟ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରି ନଥିଲେ। ତାଙ୍କୁ ରବୀନ୍ଦ୍ର ଜାଡେଜା ଏଲବିଡବ୍ଲ୍ୟୁ କରିଥିଲେ।

କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ଆଉ ଏକ ଅର୍ଦ୍ଧଶତକ ମାରିଥିଲେ ହେଁ, ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଦକ୍ଷିଣ ଆଫ୍ରିକାର ସ୍କୋର ୧୬୨ ରନ୍ ଥିବା ବେଳେ ଡ୍ୟୁପ୍ଲେସିସଙ୍କୁ ଅଶ୍ୱିନ୍ ଆଉଟ୍ କରିଥିଲେ। ସେ ୧୧୭ ବଲରେ ୯ ଚୌକା ଓ ୧ ଛକା ସହ ୬୪ ରନ୍ କରିଥିଲେ। ୨୦୦ ରନ୍ ଭିତରେ ୮ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ସଙ୍କଟରେ ପଡ଼ିଥିଲା, କିନ୍ତୁ ଏହି ସମୟରେ ଫିଲାଣ୍ଡର ଓ ମହାରାଜ ଦମଦାର ବ୍ୟାଟିଂ କରିଥିଲେ। ଦୁହେଁ ପ୍ରାୟ ୪୨ ଓଭର ବ୍ୟାଟିଂ କରି ନିଜ ଟିମର ସ୍ଥିତି ସୁଧାରିଥିଲେ। କେଶବ ୯୬ ବଲରେ ନିଜର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହିଁଙ୍କୁ ଆଉଟ୍ କରିବା ପାଇଁ କ୍ୟାପଟେନ୍ କୋହଲି ସବୁ ବୋଲରଙ୍କୁ ଲଗାଇଥିଲେ ହେଁ, ସଫଳତା ମିଳିନଥିଲା।

ଫିଲାଣ୍ଡର ଓ ମହାରାଜ ଯେଉଁ ଭଳି ବ୍ୟାଟିଂ କରୁଥିଲେ, ଲାଗୁଥିଲେ ଯେପରି ଦୁହେଁ ଆଜି ଦିବସର ଖେଳ ଶେଷ ସୁଦ୍ଧା ଅପରାଜିତ ରହିବେ। କିନ୍ତୁ କୋହଲି ନିଜର ଏକ ନମ୍ବର ସ୍ପିନର ଅଶ୍ୱିନଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଅଶ୍ୱିନ୍ ନିଜ ସ୍ପେଲର ଦ୍ୱିତୀୟ ଓଭରରେ ମହାରାଜଙ୍କୁ ରୋହିତ୍ ଶର୍ମାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇ ଭାରତକୁ ବହୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ। ଏହା ପରେ ଅଶ୍ୱିନ୍ ଦିବସର ଶେଷ ଓଭରର ଚତୁର୍ଥ ବଲରେ କାଗିସୋ ରବାଡା (୨)ଙ୍କୁ ଏଲବିଡବ୍ଲ୍ୟୁ କରି ଦକ୍ଷିଣ ଆଫ୍ରିକା ଇନିଂସର ପରିସମାପ୍ତି କରିଥିଲେ। ଭାରତ ପକ୍ଷରୁ ଅଶ୍ୱିନ୍ ୬୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଉମେଶ ୩ଟି, ଶାମି ୨ଟି ଓ ଜାଡେଜା ଗୋଟିଏ ୱିକେଟ୍ ହାସଲ କରିଥିଲେ । ପୂର୍ବରୁ ବିରାଟ୍ କୋହଲି (୨୫୪)ଙ୍କ ଅପରାଜିତ ଦ୍ୱିଶତକ ଏବଂ ମୟଙ୍କ ଅଗ୍ରୱାଲ୍ (୧୦୮)ଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୬୦୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୬୦୧/୫ (ଘୋଷିତ)
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୨୭୫: କେଶବ ମହାରାଜ ୭୨, ଫାଫ୍ ଡ୍ୟୁପ୍ଲେସିସ୍ ୬୪, ଭର୍ନନ୍ ଫିଲାଣ୍ଡର୍ ୪୪*, କ୍ୱିଣ୍ଟନ୍ ଡି'କକ୍ ୩୧, ଥ୍ୟୁନିସ୍ ଡି'ବ୍ରୁନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story