ପୁଣେ ଟେଷ୍ଟ ଜିତି ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ପୁଣେ: ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇନିଂସ୍ ଓ ୧୩୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅପରାଜିତ ୨୫୪ ରନ୍ ପରେ ବୋଲରମାନେ ଦମଦାର ପ୍ରଦର୍ଶନ ବଳରେ ଭାରତ ଏହି ଟେଷ୍ଟକୁ ଚତୁର୍ଥ ଦିନରେ ହିଁ ଏହି ଟେଷ୍ଟକୁ ନିଜ ନାଁରେ କରିଛି। ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଥିବା ଦକ୍ଷିଣ ଆଫ୍ରିକା ଟିମକୁ କ୍ୟାପଟେନ୍ କୋହଲି ଫଲୋଅନ୍ ଦେଇଥିଲେ […]

india1

india1

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 04:06 PM IST

Sports

Latest News

ପୁଣେ: ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇନିଂସ୍ ଓ ୧୩୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅପରାଜିତ ୨୫୪ ରନ୍ ପରେ ବୋଲରମାନେ ଦମଦାର ପ୍ରଦର୍ଶନ ବଳରେ ଭାରତ ଏହି ଟେଷ୍ଟକୁ ଚତୁର୍ଥ ଦିନରେ ହିଁ ଏହି ଟେଷ୍ଟକୁ ନିଜ ନାଁରେ କରିଛି।

ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଥିବା ଦକ୍ଷିଣ ଆଫ୍ରିକା ଟିମକୁ କ୍ୟାପଟେନ୍ କୋହଲି ଫଲୋଅନ୍ ଦେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନ୍ ପୁଣିଥରେ ଆତ୍ମସମର୍ପଣ କରିଥିଲେ। ଫଳରେ ଚତୁର୍ଥ ଦିବସର ଚା'ପାନ ବିରତି ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଦୁଇଟି ସଫଳତା ମିଳିଛି।

ମହମ୍ମଦ ଶାମି ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିନ୍ ଏଲଗାର ସର୍ବାଧିକ ୪୮, ତେମ୍ବା ବାଭୁମା ୩୮ ଓ ଭର୍ନନ୍ ଫିଲାଣ୍ଡର ୩୭ ରନ୍ କରିଥିଲେ। ଇନିଂସ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ସବୁଠାରୁ ବଡ଼ ବିଜୟ। ଭାରତ ଦକ୍ଷିଣ ଆଫ୍ରିକାକୁ ଶେଷଥର ପାଇଁ ୨୦୦୮ରେ ଇନିଂସ୍ ଓ ୯୦ ରନରେ ହରାଇଥିଲା। ଏହା ସହ ଘରୋଇ ମାଟିରେ ଭାରତର ଏହା କ୍ରଗାଗତ ୧୧ତମ ସିରିଜ୍ ବିଜୟ। ଶେଷଥର ପାଇଁ ୨୦୧୨ରେ ଇଂଲଣ୍ଡ ଭାରତକୁ ହରାଇଥିଲା।

ମ୍ୟାଚର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୭୫ ରନରେ ଅଲଆଉଟ୍ ହୋଇଥିଲା । ଯାହା ଫଳରେ ଭାରତ ୩୨୬ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା । ତେବେ ଆଜି କୋହଲି ନିଜ ବ୍ୟାଟିଂ ନକରି ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେଇଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମର୍କରାମ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଈଶାନ୍ତ ଶର୍ମା ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହା ପରେ ଥ୍ୟୁନିସ୍ ଡି'ବ୍ରୁନ୍ (୮)ଙ୍କୁ ଉମେଶ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପରେ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଓ ଡିନ୍ ଏଲଗାରଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୪୯ ରନର ଭାଗୀଦାରୀ ହୋଇଥିଲା। ଡ୍ୟୁପ୍ଲେସିସ୍ (୫)ଙ୍କୁ ଆଉଟ୍ କରି ରବିଚନ୍ଦ୍ରନ୍ ଅଶ୍ୱିନ୍ ଏହି ଭାଗୀଦାରୀକୁ ଭାଙ୍ଗିଥିଲେ । ଅଶ୍ୱିନ୍ ମଧ୍ୟ ସେଟ୍ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଝଟକା ଦେଇଥିଲେ। ଏଲଗାର ବ୍ୟକ୍ତିଗତ ୪୮ ରନ୍ କରିଥିଲେ।

ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ୫ ରନ୍ କରି ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ଷଷ୍ଠ ୱିକେଟ୍ ପାଇଁ ତେମ୍ବା ବାଭୁମା ଓ ସେନୁରାନ ମୁଥୁସ୍ୱାମୀଙ୍କ ମଧ୍ୟରେ ୪୬ ରନର ପାର୍ଟନରଶିପ୍ ହୋଇଥିଲା। ବାଭୁମା (୩୮)ଙ୍କୁ ଆଉଟ୍ କରି ଜାଡେଜା ଏହି ଭାଗୀଦାରୀକୁ ଭାଙ୍ଗିଥିଲେ। ମୁଥୁସ୍ୱାମୀ (୯) ମଧ୍ୟ ବେଶୀ ସମୟ କ୍ରିଜରେ ବିତାଇପାରିନଥିଲେ ଏବଂ ପେସ୍ ବୋଲର ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଭର୍ନନ୍ ଫିଲାଣ୍ଡର ଓ କେଶବ ମହାରାଜଙ୍କ ଯୋଡ଼ି କିଛି ସମୟ ପାଇଁ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୫୬) ଭାଗୀଦାରୀ କରିଥିଲେ। କିନ୍ତୁ ଫିଲାଣ୍ଡର (୩୭)ଙ୍କୁ ଆଉଟ୍ କରି ଉମେଶ ଯାଦବ ଏହି ଭାଗୀଦାରୀକୁ ଭାଙ୍ଗିବା ସହ ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ଉମେଶ ଏହି ଓଭରରେ ହିଁ କାଗିସୋ ମହାରାଜ (୪)ଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ନବମ ସଫଳତା ଦେଇଥିଲେ। ଶେଷ ୱିକେଟ୍ ଭାବେ ମହାରାଜ (୨୨)ଙ୍କୁ ଜାଡେଜା ଆଉଟ୍ କରିଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୬୦୧/୫ (ଘୋଷିତ)
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୨୭୫
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍ ୧୮୯: ଡିନ୍ ଏଲଗାର ୪୮, ତେମ୍ବା ବାଭୁମା ୩୮, ଭର୍ନନ୍ ଫିଲାଣ୍ଡର ୩୭, କେଶବ ମହାରାଜ ୨୨, ଉମେଶ ଯାଦବ ୩/୨୨, ରବୀନ୍ଦ୍ର ଜାଡେଜା ୩/୫୨, ରବିଚନ୍ଦ୍ରନ୍ ଅଶ୍ୱିନ୍ ୨/୪୫।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos