ପ୍ରଥମଥର ହେଗଲେ ଓଭାଲରେ ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

କ୍ରାଇଷ୍ଟଚର୍ଚ୍ଚ: ୱେଲିଂଟନ୍ ଟେଷ୍ଟରେ ହାରିବା ପରେ ଭାରତ ପାଇଁ ଏବେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବାକୁଥିବା ଦ୍ୱିତୀୟ ଟେଷ୍ଟ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଏବଂ ଘରୋଇ ଦଳ ଉପରେ ଏବେ ପରାଜୟର ଭୟ ନାହିଁ। ତେଣୁ ଭାରତ ଉପରେ ଅତ୍ୟଧିକ ଚାପ ରହିବା ସ୍ୱାଭାବିକ। କ୍ରାଇଷ୍ଟଚର୍ଚ୍ଚରେ ଦୁଇଟି କ୍ରିକେଟ୍ ଗ୍ରାଉଣ୍ଡ ରହିଛି। ଗୋଟିଏ ହେଲା ଏଏମଆଇ ଷ୍ଟାଡିୟମ ଏବଂ ଅନ୍ୟଟି ହେଗଲେ ଓଭାଲ୍। ୧୯୩୦ରୁ […]

india

Ranjit Kumar Jena
  • Published: Tuesday, 25 February 2020
  • , Updated: 25 February 2020, 05:25 PM IST

କ୍ରାଇଷ୍ଟଚର୍ଚ୍ଚ: ୱେଲିଂଟନ୍ ଟେଷ୍ଟରେ ହାରିବା ପରେ ଭାରତ ପାଇଁ ଏବେ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବାକୁଥିବା ଦ୍ୱିତୀୟ ଟେଷ୍ଟ 'କର ବା ମର' ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଏବଂ ଘରୋଇ ଦଳ ଉପରେ ଏବେ ପରାଜୟର ଭୟ ନାହିଁ। ତେଣୁ ଭାରତ ଉପରେ ଅତ୍ୟଧିକ ଚାପ ରହିବା ସ୍ୱାଭାବିକ। କ୍ରାଇଷ୍ଟଚର୍ଚ୍ଚରେ ଦୁଇଟି କ୍ରିକେଟ୍ ଗ୍ରାଉଣ୍ଡ ରହିଛି। ଗୋଟିଏ ହେଲା ଏଏମଆଇ ଷ୍ଟାଡିୟମ ଏବଂ ଅନ୍ୟଟି ହେଗଲେ ଓଭାଲ୍।

୧୯୩୦ରୁ ୨୦୦୬ ପର୍ଯ୍ୟନ୍ତ ଅର୍ଥାତ୍ ୭୫ରୁ ଅଧିକ ବର୍ଷ ଯାଏ ଏଏମଆଇରେ ମ୍ୟାଚ୍ ଖେଳାଯାଉଥିଲା। କିନ୍ତୁ ହେଗଲେ ଓଭାଲରେ ୨୦୧୪ରୁ ନିୟମିତ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ହେଗଲେ ଓଭଲାରେ ନ୍ୟୁଜିଲ୍ୟାଣ୍ଡ୍ ଏପର୍ପ୍ୟନ୍ତ ୬ଟି ଟେଷ୍ଟ ଖେଳିଛି, ଯେଉଁଥିରୁ ଦଳ ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟ ଏବଂ ଗୋଟିଏ ଡ୍ର' କରିଛି। ତେବେ ବିଜୟ ପ୍ରତିଶତ ଦର୍ଶାଉଛି ଯେ, ହେଗଲେ ଓଭାଲରେ ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ପଲା ଭାରୀ ରହିବ।

ଅନ୍ୟପକ୍ଷରେ ଭାରତ ପ୍ରଥମଥର ପାଇଁ ହେଗଲେ ଓଭାଲରେ ଟେଷ୍ଟ ମ୍ୟାଚ୍ ଖେଳିବ। ୪ ବର୍ଷ ତଳେ ଅର୍ଥାତ୍ ୨୦୧୬, ଫେବୃଆରୀ ୪ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ହେଗଲେ ଓଭାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେବେ ଏହା ପରଠାରୁ ନ୍ୟୁଜିଲ୍ୟାଣ୍ଡ୍ ତିନୋଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨୦୧୮ରେ ଇଂଲଣ୍ଡ ବିପକ୍ଷ ଡ୍ର' ସାମିଲ୍ ଅଛି।

ଦୁର୍ଭାଗ୍ୟବଶତଃ, ଗତବର୍ଷ (୨୦୧୯, ମାର୍ଚ୍ଚ) ହେଗଲେ ଓଭାଲରେ ବାଂଲାଦେଶ ବିପକ୍ଷ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ବାତିଲ ହୋଇଯାଇଥିଲା। ଷ୍ଟାଡିୟମ ନିକଟସ୍ଥ ଏକ ମସଜିଦରେ ଆତଙ୍କବାଦୀ ଆକ୍ରମଣରେ ୪୯ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଥିଲା ଏବଂ ଏହି କାରଣରୁ ଉକ୍ତ ଟେଷ୍ଟକୁ ବାତିଲ କରାଯାଇଥିଲା। ଏହି ଘଟଣାକୁ ଏବେ ବର୍ଷେ ବିତି ଯାଇଛି ଏବଂ ସେହି ଭେନ୍ୟୁ (ହେଗଲେ ଓଭାଲ)ରେ ବିଶ୍ୱର ଏକ ନମ୍ବର ଟିମ୍ ଭାରତ ସିରିଜ୍ ବରାବର କରିବା ଲକ୍ଷ୍ୟରେ ଆସିଛି।

Related story