ଦ୍ୱିତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା-ଏ'ର ଦୃଢ଼ ପ୍ରତ୍ୟାବର୍ତ୍ତନ

ମହୀଶୂର: କ୍ୟାପଟେନ୍ ଆଇଡେନ୍ ମର୍କରାମ ଓ ୱିଆନ୍ ମୁଲ୍ଡରଙ୍କ ଚିତ୍ତାକର୍ଷକ ଶତକ ବଳରେ ଦକ୍ଷିଣ ଆଫ୍ରିକା-ଏ ଏଠାରେ ଚାଲିଥିବା ଭାରତ-ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟର ତୃତୀୟ ଦିବସରେ ୪୦୦ ରନ୍ କରିଛି। ମର୍କରାମ ୧୬୧ ରନର ଜବରଦସ୍ତ ଇନିଂସ୍ ଖେଳି ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ମୁଲ୍ଡର ଅପରାଜିତ ୧୩୧ ରନ୍ କରିଛନ୍ତି, ଯାହା ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟରର ଚତୁର୍ଥ ଶତକ। ଦୁହେଁ ୧୫୫ ରନ୍ ଯୋଡ଼ି […]

unofficial-test

unofficial-test

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 06:50 PM IST

Sports

Latest News

ମହୀଶୂର: କ୍ୟାପଟେନ୍ ଆଇଡେନ୍ ମର୍କରାମ ଓ ୱିଆନ୍ ମୁଲ୍ଡରଙ୍କ ଚିତ୍ତାକର୍ଷକ ଶତକ ବଳରେ ଦକ୍ଷିଣ ଆଫ୍ରିକା-ଏ ଏଠାରେ ଚାଲିଥିବା ଭାରତ-ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟର ତୃତୀୟ ଦିବସରେ ୪୦୦ ରନ୍ କରିଛି। ମର୍କରାମ ୧୬୧ ରନର ଜବରଦସ୍ତ ଇନିଂସ୍ ଖେଳି ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ମୁଲ୍ଡର ଅପରାଜିତ ୧୩୧ ରନ୍ କରିଛନ୍ତି, ଯାହା ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟରର ଚତୁର୍ଥ ଶତକ। ଦୁହେଁ ୧୫୫ ରନ୍ ଯୋଡ଼ି ଟିମକୁ ସଙ୍କଟରୁ ରକ୍ଷା କରିଥିଲେ।

ଭାରତ-ଏ ପ୍ରଥମ ଇନିଂସରେ ୪୧୭ ରନ୍ କରିଥିଲା ଏବଂ ଏହି ଆଧାରରେ ଟିମ୍ ୧୭ ରନର ଅଗ୍ରଣୀ ହାସଲ କରିଛି। ଭାରତ-ଏ ଟିମ୍ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ବିନା ୱିକେଟ୍ ହରାଇ ୧୪ ରନ୍ କରିଛି। ଖରାପ ଆଲୋକ କାରଣରୁ ଦିବସର ଖେଳ ୨୫ ଓଭର ପୂର୍ବରୁ ବନ୍ଦ କରାଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ପ୍ରିୟଙ୍କ ପାଞ୍ଚାଲ୍ ୯ ଓ ଅଭିମନ୍ୟୁ ଈଶ୍ୱରନ୍ ୫ ରନ୍ କରି ଅପରାଜିତ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ଟିମ୍ ସକାଳୁ ୫ ୱିକେଟରେ ୧୫୯ ରନରୁ ଖେଳ ଆରମ୍ଭ କରିଥିଲା। ମର୍କରାମ ଓ ମୁଲ୍ଟର ଟିମକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରାଇଥିଲେ। ମର୍କରାମ ଭାରତ-ଏ'ର ପେସ୍ ବୋଲର ଓ ତିନି ସ୍ପିନରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ। ସେ ନିଜ ଇନିଂସରେ ୨୫୩ ବଲର ସାମ୍ନା କରି ୨୦ ଚୌକା ଓ ୨ ଛକା ମାରିଥିଲେ। ମର୍କରାମ ଓ ମୁଲ୍ଡରଙ୍କ ମଧ୍ୟରେ ଦମଦାର ପାର୍ଟନରଶିପ୍ ଦ୍ୱାରା ଭାରତର ଦକ୍ଷିଣ ଆଫ୍ରିକା ଟିମକୁ ସଅଳ ଅଲଆଉଟ୍ କରିବା ଆଶା ଧୂଳିସାତ୍ ହୋଇଯାଇଥିଲା। ମର୍କରାମଙ୍କୁ ମହମ୍ମଦ ସିରାଜ କ୍ଲିନ୍ ବୋଲ୍ଡ କରିଥିଲେ।

ମୁଲ୍ଡର ଉଭୟ ଆକ୍ରମଣାତ୍ମକ ଏବଂ ରକ୍ଷଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ଭର୍ନନ୍ ଫିଲାଣ୍ଡର (୨୧)ଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୫୯ ରନ୍ ଏବଂ ଡେନ୍ ପିଟ୍ (୧୧)ଙ୍କ ସହ ଅଷ୍ଟମ ୱିକେଟ୍ ପାଇଁ ୩୯ ରନ୍ ଯୋଡ଼ିଥିଲେ। ଶିବମ ଦୁବେ ଫିଲାଣ୍ଡରଙ୍କ ଆଉଟ୍ କରିଥିବା ବେଳେ କୁଲଦୀପ ପିଟଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଲୁଥୋ ସିପାମ୍ଲା ଏବଂ ଲୁଙ୍ଗି ଏନଗିଡି ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ମୁଲ୍ଡର ୨୩୦ ବଲରେ ୧୭ ଚୌକା ଓ ୧ ଛକା ସହ ୧୩୧ ରନ୍ କରି ଅପରାଜିତ ରହିଥିଲେ। ଭାରତ-ଏ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି, ଶାହାବାଜ ନଦୀମ ୩ଟି ଓ ସିରାଜ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story