କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଟିମରେ ୩ ଓଡ଼ିଆ

ନୂଆଦିଲ୍ଲୀ: କୋରିଆ ଗସ୍ତ ପାଇଁ ହକି ଇଣ୍ଡିଆ ୧୮ ଜଣିଆ ଭାରତୀୟ ମହିଳା ଦଳର ଘୋଷଣା କରିଛି। ଏହି ଦଳର କ୍ୟାପଟେନ୍ ଭାର ଫରୱାର୍ଡ ରାନୀଙ୍କୁ ଦିଆଯାଇଥିବା ବେଳେ ଗୋଲକିପର ସବିତା ତାଙ୍କ ଡେପୁଟି ଭୂମିକା ତୁଲାଇବେ। ଟିମରେ ତିନିଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ୍। ମେ’ ୨୦ ତାରିଖରୁ କୋରିଆର ଜିନଚୁନ୍ ନ୍ୟାଶନାଲ୍ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଏହି ଗସ୍ତରେ ଭାରତ […]

women

Hemant Lenka
  • Published: Friday, 10 May 2019
  • , Updated: 10 May 2019, 04:44 PM IST

ନୂଆଦିଲ୍ଲୀ: କୋରିଆ ଗସ୍ତ ପାଇଁ ହକି ଇଣ୍ଡିଆ ୧୮ ଜଣିଆ ଭାରତୀୟ ମହିଳା ଦଳର ଘୋଷଣା କରିଛି। ଏହି ଦଳର କ୍ୟାପଟେନ୍ ଭାର ଫରୱାର୍ଡ ରାନୀଙ୍କୁ ଦିଆଯାଇଥିବା ବେଳେ ଗୋଲକିପର ସବିତା ତାଙ୍କ ଡେପୁଟି ଭୂମିକା ତୁଲାଇବେ। ଟିମରେ ତିନିଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ୍।

ମେ' ୨୦ ତାରିଖରୁ କୋରିଆର ଜିନଚୁନ୍ ନ୍ୟାଶନାଲ୍ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଏହି ଗସ୍ତରେ ଭାରତ ଆୟୋଜକ ଟିମ ବିରୋଧରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ମ୍ୟାଚଗୁଡ଼ିକ ଭାରତ ପାଇଁ ଜୁନ୍ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ହିରୋଶିମାରେ ହେବାକୁଥିବା ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ ପାଇଁ ସହାୟକ ହେବ।

ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ ଭାରତୀୟ ମହିଳା ଟିମ୍ ସ୍ପେନ୍ ଗସ୍ତ କରି ସେଠାରେ ଆୟୋଜକ ଦେଶ ଓ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ୍ ଖେଳିଥିଲେ। ଏହି ଗସ୍ତରେ ଭାରତ ଦୁଇ ବିଜୟ, ତିନି ଡ୍ର' ଓ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଥିଲା। ତେଣୁ କୋରିଆ ଗସ୍ତ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୋଚ୍ ସୋଏର୍ଡ ମାରିନ୍ କହିଛନ୍ତି।

ଭାରତୀୟ ମହିଳା ଟିମ୍: ଗୋଲକିପର- ସବିତା (ଭାଇସ୍-କ୍ୟାପଟେନ), ରଜନୀ ଏଟିମାର୍ପୁ; ଡିଫେଣ୍ଡର୍ସ- ସାଲିମା ଟେଟେ, ସୁନୀତା ଲାକ୍ରା, ଦୀପ ଗ୍ରେସ୍ ଏକ୍କା, କରିସ୍ମା ଯାଦବ, ଗୁରଜିତ୍ କୌର୍, ସୁଶୀଲା ଚାନୁ ପୁଖରାମବାମ୍; ମିଡଫିଲ୍ଡର୍ସ- ମୋନିକା, ନବଜୋତ୍ କୌର୍, ନିକ୍କି ପ୍ରଧାନ, ନେହା ଗୋୟଲ୍, ଲିଲିମା ମିଞ୍ଜ; ଫରୱାର୍ଡ୍ସ- ରାନୀ (କ୍ୟାପଟେନ), ବନ୍ଦନା କାଟାରିୟା, ଲାଲରେମସିଆମି, ଜ୍ୟୋତି, ନବନୀତ କୌର୍ ।

Related story