ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପରେ ଭାଗ ନେବେ ୩ ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନେଦରଲ୍ୟାଣ୍ଡର ଆମଷ୍ଟରଡାମ ସହରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପ୍। ଏହି ବିଶ୍ୱକପରେ ଓଡ଼ିଶାର ତିନିଜଣ ଖେଳାଳି ଯଥା ରମେଶ ରାଓ, ରାଖାଲ କୁମାର ସେଠୀ, ଦେବାମୃତ ସାହୁ ଭାଗ ନେବେ। ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦୁଇ ଅଭିଜ୍ଞ ଖେଳାଳି ରମେଶ ରାଓ ଓ ରାଖାଲ ସେଠୀ ପାରା ଅଲିମ୍ପିକ୍ ଟିକେଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରମେଶ ଜାତୀୟ ସ୍ତରରେ ୧୭ ପଦକ ଏବଂ […]

wheel-chair

Ranjit Kumar Jena
  • Published: Wednesday, 13 November 2019
  • , Updated: 13 November 2019, 09:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନେଦରଲ୍ୟାଣ୍ଡର ଆମଷ୍ଟରଡାମ ସହରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ହୁଇଲ୍ ଚେୟାର୍ ଫେନସିଂ ବିଶ୍ୱକପ୍। ଏହି ବିଶ୍ୱକପରେ ଓଡ଼ିଶାର ତିନିଜଣ ଖେଳାଳି ଯଥା ରମେଶ ରାଓ, ରାଖାଲ କୁମାର ସେଠୀ, ଦେବାମୃତ ସାହୁ ଭାଗ ନେବେ।

ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦୁଇ ଅଭିଜ୍ଞ ଖେଳାଳି ରମେଶ ରାଓ ଓ ରାଖାଲ ସେଠୀ ପାରା ଅଲିମ୍ପିକ୍ ଟିକେଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରମେଶ ଜାତୀୟ ସ୍ତରରେ ୧୭ ପଦକ ଏବଂ ଅନ୍ତର୍ଜାତୀୟ ସ୍ତରରେ ୧୧ ପଦକ ହାସଲ କରିଛନ୍ତି।

ସେହିପରି ରାଖାଲ୍ ଅନ୍ତର୍ଜାତୀୟ ୧୦ ପଦକ ଓ ଜାତୀୟ ସ୍ତରରେ ୧୫ ପଦକ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଦେବାମୃତ ସାହୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେବେ।

Related story