ଆସନ୍ତାକାଲିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ତୃତୀୟ ଟେଷ୍ଟ

ଆଣ୍ଟିଗୁଆ: ଆସନ୍ତାକାଲିଠାରୁ ଡ୍ୟାରେନ୍‌ ସାମି ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ। ଏହି ମ୍ୟାଚ୍‌ ସେଠିକାର ସମୟ ୧୦ଟା ୩୦ ରେ ଖେଳାଯିବ। ଭାରତ ସିରିଜ୍‌ ଜିତିବାକୁ ରଣକୌଶଳ ନେଇ ପଡିଆ ଓହ୍ଲେଇବାକୁ ଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବ। ୱେଷ୍ଟ ଇଣ୍ଡିଜ ଦଳ ପ୍ରଥମ ଟେଷ୍ଟ ଗୋଟିଏ ଇନିଂସ ଓ ୯୨ରନ୍‌ରେ ହାରି ଯାଇଥିଲେ କିନ୍ତୁ ବର୍ଷା ପ୍ରଭାବିତ ଦ୍ୱିତୀୟ ଟେଷ୍ଟକୁ ଡ୍ର ରଖିବାରେ ସଫଳ ହୋଇଥିଲା। […]

wi-vs-ind

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 04:14 PM IST

ଆଣ୍ଟିଗୁଆ: ଆସନ୍ତାକାଲିଠାରୁ ଡ୍ୟାରେନ୍‌ ସାମି ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ। ଏହି ମ୍ୟାଚ୍‌ ସେଠିକାର ସମୟ ୧୦ଟା ୩୦ ରେ ଖେଳାଯିବ। ଭାରତ ସିରିଜ୍‌ ଜିତିବାକୁ ରଣକୌଶଳ ନେଇ ପଡିଆ ଓହ୍ଲେଇବାକୁ ଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବ। ୱେଷ୍ଟ ଇଣ୍ଡିଜ ଦଳ ପ୍ରଥମ ଟେଷ୍ଟ ଗୋଟିଏ ଇନିଂସ ଓ ୯୨ରନ୍‌ରେ ହାରି ଯାଇଥିଲେ କିନ୍ତୁ ବର୍ଷା ପ୍ରଭାବିତ ଦ୍ୱିତୀୟ ଟେଷ୍ଟକୁ ଡ୍ର ରଖିବାରେ ସଫଳ ହୋଇଥିଲା। ଭ୍ରମଣକାରୀ ଭାରତୀୟ ଦଳ ୧-୦ରେ ସିରିଜ୍‌ ଆଗୁଆ ଥିବା ବେଳେ ଏହି ମ୍ୟାଚକୁ ଜିତି ସିରିଜ୍‌ ହାତେଇବାକୁ ଚେଷ୍ଟା କରିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଆର.ଅଶ୍ୱିନ, ଷ୍ଟୁଆର୍ଡ ବିନ୍ନି, ଶିଖର ଧୱାନ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଅମିତ ମିଶ୍ରା, ମହମ୍ମଦ ସାମ୍ମୀ, ଚେତ୍ତେଶ୍ୱର ପୂଜାରା, ଲୋକେଶ ରାହୁଲ, ରିଦ୍ଧିମାନ୍‌ ଶାହା (ୱିକେଟ ରକ୍ଷକ),ଇଶାନ୍ତ ଶର୍ମା, ରୋହିତ ଶର୍ମା, ଶାର୍ଦ୍ଦୁଲ ଠାକୁର, ମୂରଲୀ ବିଜୟ ଓ ଉମେଶ ଯାଦବ।

ୱେଷ୍ଟଇଣ୍ଡିଜ୍‌ ଦଳ: ଜସନ୍‌ ହୋଲ୍ଡର (ଅଧିନାୟକ), କେ.ବ୍ରାଥ୍‌ୱେଇଟ୍‌, ଦେବେନ୍ଦ୍ର ବିଶୋ, ଜେ. ବ୍ଲାକ୍‌ଉଡ୍‌, ସି.ବ୍ରେଥ୍‌ୱେଇଟ୍‌, ଡ୍ୟାରେନ୍‌ ବ୍ରାଭୋ, ରୋସ୍ତନ୍‌ ଚେଶେ, ରାଜେନ୍ଦ୍ର ଚାନ୍ଦ୍ରିକା, ଏମ୍‌.କୁମ୍ମିନ୍ସ, ଶେନ୍‌ ଡ୍ରୋଇୱିଚ୍‌ (ୱିକେଟ ରକ୍ଷକ), ଶାନନ୍ ଗାବ୍ରିଏଲ, ଏଲ୍.ଜନ୍‌ସନ୍‌, ମାର୍ଲୋନ୍‌ ସାମୁଏଲ୍‌ ଓ ଅଲ୍‌ଜାରି ଜୋସେଫ୍‌।

Related story