ବେଙ୍ଗଲ ମହିଳା କ୍ରିକେଟ୍ ଟିମର ତିନି ଚୟନକର୍ତ୍ତା ଆହତ

କୋଲକାତା: ବେଙ୍ଗଲ ମହିଳା କ୍ରିକେଟ୍ ଟିମର ତିନି ଚୟନକର୍ତ୍ତା ରବିବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଏହି ତିନି ଚୟନକର୍ତ୍ତା ଅଣ୍ଡର୍-୨୩ ଟିମର ଚୟନ ଟ୍ରାୟଲ୍ ପାଇଁ ଯାଉଥିଲେ। ଗୁରୁତର ଅବସ୍ଥାରେ ତିନିଜଣ ଚୟନକର୍ତ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚନ୍ଦନା, ପୂର୍ଣ୍ଣିମା ଓ ଶ୍ୟାମା ଅଣ୍ଡର-୨୩ ଟି-୨୦ ଟ୍ରଫି ପାଇଁ ଚୟନ ଟ୍ରାୟଲ ପାଇ ବେଙ୍ଗଲସ୍ଥିତ ବୀରଭୂମି ଜିଲ୍ଲାର ସୁରୀ ଯାଉଥିବା ବେଳେ ଶକ୍ତିଗଡ଼ ଅଞ୍ଚଳରେ ସେମାନଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବେଙ୍ଗଲ କ୍ରିକେଟ୍ ଆସୋସିଲସନ୍ […]

bengal-selecters

Ranjit Kumar Jena
  • Published: Sunday, 03 November 2019
  • , Updated: 03 November 2019, 06:29 PM IST

କୋଲକାତା: ବେଙ୍ଗଲ ମହିଳା କ୍ରିକେଟ୍ ଟିମର ତିନି ଚୟନକର୍ତ୍ତା ରବିବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଏହି ତିନି ଚୟନକର୍ତ୍ତା ଅଣ୍ଡର୍-୨୩ ଟିମର ଚୟନ ଟ୍ରାୟଲ୍ ପାଇଁ ଯାଉଥିଲେ। ଗୁରୁତର ଅବସ୍ଥାରେ ତିନିଜଣ ଚୟନକର୍ତ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚନ୍ଦନା, ପୂର୍ଣ୍ଣିମା ଓ ଶ୍ୟାମା ଅଣ୍ଡର-୨୩ ଟି-୨୦ ଟ୍ରଫି ପାଇଁ ଚୟନ ଟ୍ରାୟଲ ପାଇ ବେଙ୍ଗଲସ୍ଥିତ ବୀରଭୂମି ଜିଲ୍ଲାର ସୁରୀ ଯାଉଥିବା ବେଳେ ଶକ୍ତିଗଡ଼ ଅଞ୍ଚଳରେ ସେମାନଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବେଙ୍ଗଲ କ୍ରିକେଟ୍ ଆସୋସିଲସନ୍ (ସିଏବି)ର ଜଣେ ଅଧିକାରୀ କହିଛନ୍ତି, "ତିନିଜଣ ମହିଳା ଚୟନକର୍ତ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତେ ବିପଦମୁକ୍ତ ଅଛନ୍ତି।" ଏହି ତିନି ଚୟନକର୍ତ୍ତାଙ୍କ ସମସ୍ତ ଚିକିତ୍ସା ଅର୍ଥ ସିଏବି ବହନ କରୁଛି ଏବଂ ଏଥିପାଇଁ ଭାରତୀୟ ମହିଳା କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଡାଏନା ଏଡୁଲଜୀ ସଂଘକୁ ଧନ୍ୟବାଦ ଜଣାଇଛନ୍ତି।

ଡାଏନା କହିଛନ୍ତି, ମୁଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଛି ଏବଂ ସେ ତିନି ଚୟନକର୍ତ୍ତାଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅଣ୍ଡର୍-୨୩ ଟ୍ରଫିରେ ବେଙ୍ଗଲ ତା'ର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ଆସନ୍ତା ୧୨ ତାରିଖରେ ଭେଟିବ।

Related story