ବିସିସିଆଇ ଦେଇଥିଲା ଦଣ୍ଡ, ରାଜସ୍ଥାନ ଚିହ୍ନିଲା ଏହି ଖେଳାଳିଙ୍କ ଟ୍ୟାଲେଣ୍ଟ

ମୁମ୍ବାଇ: ଆଇପିଏଲ୍-୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ୧୧ ବଲ୍‌ରୁ ୩୩ ରନ୍‌ କରି ରାଜସ୍ଥାନ ରୟାଲ୍ସକୁ ଜିତାଇ ରାତାରାତି ହିରୋ ପାଲଟି ଯାଇଥିବା କୃଷ୍ଣପ୍ପା ଗୌତମଙ୍କୁ ଦିନେ ବିସିସିଆଇ ଦଣ୍ଡ ଦେଇଥିଲା। ୩ ବର୍ଷ ପୂର୍ବେ ଗୌତମଙ୍କୁ ‘ଇଣ୍ଡିଆ ଏ’ ଟିମ୍‌ରୁ ବାହାର କରିଦିଆ ଯାଇଥିଲା। ବିସିସିଆଇ ପ୍ରବକ୍ତା ରାହୁଲ ଜୋହରୀ ଗୌତମଙ୍କ ବିରୋଧରେ ପଡ଼ିଆରେ ଅନୁଶାସନ ଭଙ୍ଗ ଓ ଖରାପ ଫଟ୍‌ନେସ୍‌ ଅଭିଯୋଗ ଆଣିଥିଲେ। ରାହଲ୍‌ଙ୍କ ଏହି ବୟାନ ବହୁତ ଚର୍ଚ୍ଚା ହୋଇଥିଲା। କାରଣ ଗୌତମଙ୍କୁ […]

krishnappa-gowtham

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 10:36 PM IST

ମୁମ୍ବାଇ: ଆଇପିଏଲ୍-୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ୧୧ ବଲ୍‌ରୁ ୩୩ ରନ୍‌ କରି ରାଜସ୍ଥାନ ରୟାଲ୍ସକୁ ଜିତାଇ ରାତାରାତି ହିରୋ ପାଲଟି ଯାଇଥିବା କୃଷ୍ଣପ୍ପା ଗୌତମଙ୍କୁ ଦିନେ ବିସିସିଆଇ ଦଣ୍ଡ ଦେଇଥିଲା। ୩ ବର୍ଷ ପୂର୍ବେ ଗୌତମଙ୍କୁ ‘ଇଣ୍ଡିଆ ଏ’ ଟିମ୍‌ରୁ ବାହାର କରିଦିଆ ଯାଇଥିଲା। ବିସିସିଆଇ ପ୍ରବକ୍ତା ରାହୁଲ ଜୋହରୀ ଗୌତମଙ୍କ ବିରୋଧରେ ପଡ଼ିଆରେ ଅନୁଶାସନ ଭଙ୍ଗ ଓ ଖରାପ ଫଟ୍‌ନେସ୍‌ ଅଭିଯୋଗ ଆଣିଥିଲେ।

ରାହଲ୍‌ଙ୍କ ଏହି ବୟାନ ବହୁତ ଚର୍ଚ୍ଚା ହୋଇଥିଲା। କାରଣ ଗୌତମଙ୍କୁ ବାହାର କରାଯିବାକୁ ନେଇ ଯେଉଁ କାରଣ ଦର୍ଶା ଯାଇଥିଲା ତାକୁ କେହି ଗ୍ରହଣ କରିପାରି ନଥିଲେ। ‘ଇଣ୍ଡିଆ ଏ’ରୁ ବାହାରିବାର ୩ ବର୍ଷ ପରେ ସେ କେପିଏଲ୍‌ (କର୍ଣ୍ଣାଟକ ପ୍ରିମିୟର ଲିଗ୍‌)ରେ ଜୋରଦାର କମ୍‌ବ୍ୟାକ୍‌ କରିଥିଲେ। ଏତିକି ନୁହେଁ, ସ୍ମାର୍ଟ କ୍ରିକେଟ୍‌ରେ ମଧ୍ୟ ନିଜ ପଦର୍ଶନ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜବରଦସ୍ତ ସ୍ପିନ୍‌ ଓ ଧୂଆଁଧାର ବ୍ୟାଟିଂ ଯୋଗୁଁ ରାଜସ୍ଥାନ ରୟାଲ୍ସର ନଜର ତାଙ୍କ ଉପରେ ପଡ଼ିଥିଲା।

ଗୌତମକୁ କିଣିବାକୁ ରାଜସ୍ଥାନ ସବୁଠାରୁ ଅଧିକ ଟଙ୍କାର ଡାକ ଦେଇଥିଲା। ଶେଷରେ ତାଙ୍କୁ ୬.୨ କୋଟି ଟଙ୍କାରେ କିଣି ନେଇଥିଲା।

Related story