୩୫ତମ ଜନ୍ମଦିନ ପାଳିଲେ ହରଭଜନ

ଚଣ୍ଡିଗଡ଼: ଭାରତୀୟ ଅଫ୍-ସ୍ପିନର୍ ହରଭଜନ ସିଂହ ଶୁକ୍ରବାର ୩୫ ବର୍ଷରେ ପାଦ ଥାପିଛନ୍ତି। ପରିବାର ଓ ସାଙ୍ଗସାଥୀଙ୍କ ସହିତ ସେ ପାଳିଛନ୍ତି ତାଙ୍କର ୩୫ତମ ଜନ୍ମଦିନ। ଜନ୍ମଦିନ ପାଳନର ଏକ ଫଟୋ ସେ ତାଙ୍କର ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ କରିଛନ୍ତି। ତା’ସହିତ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ସମସ୍ତ ଶୁଭେଚ୍ଛୁ ଓ ଫ୍ୟାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଅଭିନେତା ଅଭିଷେକ ବଚ୍ଚନ, ବଲିଉଡ୍ ଗାୟକ ମିକା ସିଂହ, କମେଡିଆନ୍ କପିଲ ଶର୍ମା, ସାଥୀ ଖେଳାଳି ରୋହିତ ଶର୍ମା […]

harbhajan

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 01:21 PM IST

ଚଣ୍ଡିଗଡ଼: ଭାରତୀୟ ଅଫ୍-ସ୍ପିନର୍ ହରଭଜନ ସିଂହ ଶୁକ୍ରବାର ୩୫ ବର୍ଷରେ ପାଦ ଥାପିଛନ୍ତି।

ପରିବାର ଓ ସାଙ୍ଗସାଥୀଙ୍କ ସହିତ ସେ ପାଳିଛନ୍ତି ତାଙ୍କର ୩୫ତମ ଜନ୍ମଦିନ। ଜନ୍ମଦିନ ପାଳନର ଏକ ଫଟୋ ସେ ତାଙ୍କର ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ କରିଛନ୍ତି। ତା’ସହିତ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ସମସ୍ତ ଶୁଭେଚ୍ଛୁ ଓ ଫ୍ୟାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଅଭିନେତା ଅଭିଷେକ ବଚ୍ଚନ, ବଲିଉଡ୍ ଗାୟକ ମିକା ସିଂହ, କମେଡିଆନ୍ କପିଲ ଶର୍ମା, ସାଥୀ ଖେଳାଳି ରୋହିତ ଶର୍ମା ଓ ଆହୁରି ଅନେକ ତାଙ୍କୁ ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ହଁ, ତାଙ୍କ ବାନ୍ଧବୀ ଗୀତା ବାସ୍ରା ମଧ୍ୟ ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଗୀତା ଲେଖିଥିଲେ- ହାପି ବାର୍ଥ ଡେ ଟୁ ଦ ୱାନ୍ ଆଣ୍ଡ୍ ଓନଲି ହରଭଜନ ସିଂହ!!! ୱିସ୍ ୟୁ ଅଲ୍ ଦ ଲଭ୍, ସକସେସ୍ ଆଣ୍ଡ୍ ହାପିନେସ୍ ଅଲୱେଜ୍।

ସେହିପରି ରୋହିତ ଶର୍ମା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଥିଲେ- ହାପି ବାର୍ଥ ଡେ ଭାଜି ପା.... ଗୁଡ୍ ଲକ୍ ଇନ୍ ଜିମ୍ବାୱେ।

ଆଜି ୩୫ତମ ଜନ୍ମଦିନ ପାଳିଥିବା ହରଭଜନଙ୍କ ପାଇଁ ଚଳିତ ବର୍ଷଟି ମଧ୍ୟ ବେଶ ଭଲ ରହିଛି। ସେ ସଦସ୍ୟ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା। ସେହିପରି ଦୁଇ ବର୍ଷର ବ୍ୟବଧାନରେ ଚଳିତ ବର୍ଷ ସେ ଟେଷ୍ଟ କ୍ରିକେଟକୁ ଫେରିଥିଲେ। ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ସେ ସ୍ଥାନ ପାଇଥିଲେ। ଆହୁରି ମଧ୍ୟ ଜିମ୍ବାୱେ ବିପକ୍ଷ ତିନି ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ମନୋନୀତ ୧୫ ଜଣିଆ ଟିମରେ ସ୍ଥାନ ପାଇଛନ୍ତି ହରଭଜନ। ୪ ବର୍ଷର ବ୍ୟବଧାନ ପରେ ସେ ଦିନିକିଆ କ୍ରିକେଟକୁ ଫେରିଛନ୍ତି।

Related story