ବୁଧବାର ଅନ୍ତିମ ଟି-୨୦: ଉଭୟ ଦଳ ପାଇଁ ସିରିଜ୍ ଜିତିବାର ସୁଯୋଗ

ମୁମ୍ବାଇ: ଖରାପ ଫିଲ୍ଡିଂ ଓ ବୋଲିଂ ସସମ୍ୟା ନେଇ ଗତି କରୁଥିବା ଟିମ୍ ଇଣ୍ଡିଆ ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ହାତେଇବାକୁ ପ୍ରୟାସ କରିବ। ଦୁଇଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ଥିରୁଅନନ୍ତପୁରମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିଥିଲା। ଏହା ପୂର୍ବରୁ ବିରାଟ୍ କୋହଲିଙ୍କ ଦମଦାର ଇନିଂସ୍ ବଳରେ ଭାରତ ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍ ଜିତିଥିଲା। ଭାରତୀୟ ଟିମର ନଜର ଯୁବ ଅଫ୍ ସ୍ପିନର୍ […]

rohit

rohit

Ranjit Kumar Jena
  • Published: Tuesday, 10 December 2019
  • Updated: 10 December 2019, 05:21 PM IST

Sports

Latest News

ମୁମ୍ବାଇ: ଖରାପ ଫିଲ୍ଡିଂ ଓ ବୋଲିଂ ସସମ୍ୟା ନେଇ ଗତି କରୁଥିବା ଟିମ୍ ଇଣ୍ଡିଆ ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ହାତେଇବାକୁ ପ୍ରୟାସ କରିବ। ଦୁଇଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ଥିରୁଅନନ୍ତପୁରମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିଥିଲା। ଏହା ପୂର୍ବରୁ ବିରାଟ୍ କୋହଲିଙ୍କ ଦମଦାର ଇନିଂସ୍ ବଳରେ ଭାରତ ହାଇଦ୍ରାବାଦରେ ପ୍ରଥମ ମ୍ୟାଚ୍ ଜିତିଥିଲା।

ଭାରତୀୟ ଟିମର ନଜର ଯୁବ ଅଫ୍ ସ୍ପିନର୍ ୱାଶିଂଟନ୍ ସୁନ୍ଦର ଓ ଆଉଟ୍ ଅଫ୍ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରହିବ। ବିଶେଷକରି ପନ୍ତଙ୍କ ୱିକେଟକିପିଙ୍ଗକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ତାଙ୍କୁ ମୁମ୍ବାଇରେ ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ସୁନ୍ଦରଙ୍କ ବଦଳରେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ସୁନ୍ଦର ଗତ ୫ଟି ଟି-୨୦ ମ୍ୟାଚରେ ମାତ୍ର ୩ ୱିକେଟ୍ ନେଇଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ଓ ବାଂଲାଦେଶ ବିପକ୍ଷ ତିନୋଟି ଟି-୨୦ ମ୍ୟାଚରେ ମୋଟ ୨୩ ଓଭର ବୋଲିଂ କରି ୧୪୪ ରନ୍ ବ୍ୟୟ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟି-୨୦ ମ୍ୟାଚରେ ସେ କୌଣସି ସଫଳତା ପାଇନଥିଲେ। କ୍ୟାପଟେନ୍ କୋହଲି ମଧ୍ୟ ସୁନ୍ଦରଙ୍କ ଫିଲ୍ଡିଂକୁ ନେଇ ଚିନ୍ତିତ ଅଛନ୍ତି। ପୂର୍ବ ମ୍ୟାଚରେ ସେ ଲେଣ୍ଡଲ ସିମନ୍ସଙ୍କ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ, ଯିଏ ୪୫ ବଲରେ ୬୭ ରନ୍ କରି ଇଣ୍ଡିଜକୁ ବିଜୟୀ କରାଇଥିଲେ। କୁଲଦୀପ ନିଜର ଶେଷ ଟି-୨୦ ମ୍ୟାଚ୍ ଫେବୃଆରୀରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଖେଳିଥିଲେ। ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା।

ପନ୍ତଙ୍କ ପାଇଁ ସ୍ଥିତି ବେଶ୍ କଠିନ ହେବାରେ ଲାଗିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ କୁହାଯାଉଥିବା ପନ୍ତଙ୍କ ପକ୍ଷେ ଚାପକୁ ସହ୍ୟ କରିବା କଷ୍ଟକର ହୋଇପଡ଼ୁଛି। ପନ୍ତ ନିଜର ଶେଷ ୭ଟି ଇନିଂସରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ଯଥାକ୍ରମେ ୩୩*, ୧୮, ୬, ୨୭, ୧୯ ଓ ୪ ରନ୍ କରିଛନ୍ତି। ସେ ଟି-୨୦ କ୍ରିକେଟରେ ନିଜର ଶେଷ ଅର୍ଦ୍ଧଶତକ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାରିଥିଲେ। ସଞ୍ଜୁ ସାମସନଙ୍କ ଭଳି କ୍ରିକେଟରଠାରୁ ଚ୍ୟାଲେଞ୍ଜର ସାମ୍ନା କରୁଥିବା ପନ୍ତଙ୍କୁ ଶୀଘ୍ର ପ୍ରଦର୍ଶନରେ ସୁଧାର ଆଣିବାକୁ ପଡ଼ିବ। ଭାରତ ପାଇଁ ବ୍ୟାଟିଂ କେବେ ସମସ୍ୟା ରହିନାହିଁ। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଶେଷ ଦୁଇଟି ମ୍ୟାଚରେ ବିଫଳ ରହିଛନ୍ତି, କିନ୍ତୁ ଏବେ ସେ ଘରୋଇ ଦର୍ଶକଙ୍କ ସାମ୍ନାରେ ବଡ଼ ଇନିଂସ୍ ଖେଳିବାକୁ ଚାହିଁବେ। ଲୋକେଶ ରାହୁଲ ଓ କୋହଲି ରନ୍ କରୁଛନ୍ତି।

ଥିରୁଅନନ୍ତପୁରମରେ ନିଜର ପ୍ରଥମ ଟି-୨୦ ଅର୍ଦ୍ଧଶତକ ମାରିଥିବା ଶିବମ ଦୁବେ ଆକ୍ରମଣାତ୍ମକ ଇନିଂସ୍ ଖେଲିଥିଲେ। ଭାରତର ବୋଲିଂ ଏବେବି ଚିନ୍ତାର ବିଷୟ। ଦୀପକ ଚହର୍ ଓ ଭୁବନେଶ୍ୱର କୁମାର ପ୍ରଥମ ଦୁଇଟି ମ୍ୟାଚରେ ପ୍ରଚୁର ରନ୍ ବ୍ୟୟ କରିଥିଲେ। ବାଂଲାଦେଶ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଚହରଙ୍କ ସେହି ଚମକ ଦେଖିବାକୁ ମିଳିନାହିଁ। ଆସନ୍ତାକାଲି କୋହଲି ଚହରଙ୍କ ସ୍ଥାନରେ ଅଭିଜ୍ଞ ମହମ୍ମଦ ଶାମିଙ୍କୁ ସୁଯୋଗ ଦେଇପାରନ୍ତି। ଟିମ୍ ଇଣ୍ଡିଆର ଫିଲ୍ଡିଂ ସବୁଠାରୁ ବଡ଼ ସମସ୍ୟା। ଭାରତୀୟ ଫିଲ୍ଡରମାନେ ଏକାଧିକ କ୍ୟାଚ୍ ଛାଡ଼ିଥିବା ବେଳେ ଅଯଥା ରନ୍ ମଧ୍ୟ ଦେଇଛନ୍ତି। କୋହଲି କହିଛନ୍ତି, ଯଦି ଏଭଳି ଫିଲ୍ଡିଂ ଜାରି ରହିବ, ତାହେଲେ କୌଣସି ବଡ଼ ସ୍କୋର ଡିଫେଣ୍ଡ୍ କରିହେବନି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଟିମ୍ ମଧ୍ୟ ସିରିଜ୍ ଜିତିବା ଉପରେ ନଜର ରଖିଛି। ଟିମର ଟପ୍‌-ଅର୍ଡର ବ୍ୟାଟିଂ ଜବରଦସ୍ତ ଫର୍ମରେ ଅଛନ୍ତି। ବିଶେଷକରି ସିମନ୍ସ ଓ ଏଭିନ୍ ଲୁଇସ୍ ଟିମକୁ ଭଲ ଷ୍ଟାର୍ଟ ଦେଉଛନ୍ତି। ଏହାଛଡ଼ା ନିକୋଲାସ ପୁରନ୍ ଓ ଶିମରନ୍ ହେଟମାୟର୍ ମଧ୍ୟ ଭଲ ଇନିଂସ୍ ଖେଳିଛନ୍ତି। ବୋଲର ଶେଲଡନ୍ କଟ୍ଟରେଲ ନିୟମିତ ୱିକେଟ୍ ନେବାରେ ସଫଳ ହେଉଛନ୍ତି। ତେବେ କେସରିକ୍ ୱିଲିୟମ୍ସ, ଲେଗ୍ ସ୍ପିନର୍ ହେଡେନ୍ ୱାଲ୍ସ ଏବଂ ଜେସନ୍ ହୋଲ୍ଡରଙ୍କୁ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ। ଏହି ମଇଦାନରେ ୱେଷ୍ଟଇଣ୍ଡିଜ୍ ୨୦୧୬ରେ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତକୁ ହରାଇଥିଲା ଏବଂ ପରେ ଟାଇଟଲ୍ ନିଜ ନାଁରେ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story