ଆସିଲେନି ରୋହିତଙ୍କ ସମେତ ୫ ଭାରତୀୟ ଖେଳାଳି

କଟକ (ଓଡ଼ିଶା ରିପୋର୍ଟର): ତୃତୀୟ ଦିନିକିଆ ପାଇଁ ଶନିବାର ଉଭୟ ଦଳର ଖେଳାଳିମାନେ ଆଜି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ପ୍ରଥମେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିଲେ। ତେବେ ଭାରତର ସବୁ ଖେଳାଳି ଅଭ୍ୟାସ ସେସନରେ ଯୋଗ ଦେଇଥିବା ବେଳେ ପାଞ୍ଚଜଣ ଖେଳାଳି ଅଭ୍ୟାସ କରିବାକୁ ଆସିନଥିଲେ। ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି ଓ ଋଷଭ ପନ୍ତ ଅଭ୍ୟାସ କରିନଥିଲେ। ତେବେ କାହିଁକି ଏହି ପାଞ୍ଚ ଖେଳାଳି […]

rohit

Ranjit Kumar Jena
  • Published: Saturday, 21 December 2019
  • , Updated: 21 December 2019, 05:41 PM IST

କଟକ (ଓଡ଼ିଶା ରିପୋର୍ଟର): ତୃତୀୟ ଦିନିକିଆ ପାଇଁ ଶନିବାର ଉଭୟ ଦଳର ଖେଳାଳିମାନେ ଆଜି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ପ୍ରଥମେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିଲେ। ତେବେ ଭାରତର ସବୁ ଖେଳାଳି ଅଭ୍ୟାସ ସେସନରେ ଯୋଗ ଦେଇଥିବା ବେଳେ ପାଞ୍ଚଜଣ ଖେଳାଳି ଅଭ୍ୟାସ କରିବାକୁ ଆସିନଥିଲେ।

ଟିମର ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି ଓ ଋଷଭ ପନ୍ତ ଅଭ୍ୟାସ କରିନଥିଲେ। ତେବେ କାହିଁକି ଏହି ପାଞ୍ଚ ଖେଳାଳି ଅଭ୍ୟାସ ସେସନରେ ଯୋଗ ଦେଇନାହାନ୍ତି, ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

ତେବେ ଏହି ପାଞ୍ଚଜଣ ଖେଳାଳିଙ୍କ ଅନୁପସ୍ଥିତି ନେଇ ଏଯାଏ କୌଣସି ସୂଚନା ମିଳିନାହିଁ। ତେବେ ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ସବୁ ଖେଳାଳି ପୁଣିଥରେ ଅଭ୍ୟାସ ସେସନରେ ଯୋଗ ଦେବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।

Related story