ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ସଠିକ୍ ଭବିଷ୍ୟବାଣୀ କରୁଥିବା ବିଲେଇର ମୃତ୍ୟୁ ଘଟିଛି। ଖବର ଜଣାପଡ଼ିବା ପରେ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ଏହି ବିଲେଇ ।
ଏହି ବିଲେଇ ପ୍ରଥମ ୬ଟି ମ୍ୟାଚରେ ସଠିକ୍ ଭବିଷ୍ୟବାଣୀ କରିଥିଲା। ଫଳରେ ଚୀନରେ ଏହି ବିଲେଇ ବେଶ୍ ଲୋକପ୍ରିୟ ହୋଇଥିଲା। ଟ୍ୱିଟର୍ରେ ମଧ୍ୟ ଏହି ବିଲେଇର ଆକାଉଣ୍ଟ ରହିଥିଲା। ଆର୍ଜେଣ୍ଟିନା ଓ ନାଇଜେରିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଥିଲା ଏହି ବିଲେଇର ଶେଷ ମ୍ୟାଚ୍। ଏହା ପରେ ଏହି ବିଲେଇ ଆଉ ଭବିଷ୍ୟବାଣୀ କରିପାରନଥିଲା। ଏହି ବିଲେଇର ମୃତ୍ୟୁ ପରେ ହଜାର ହଜାର ୟୁଜର୍ସ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରାକଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ମହାକୁମ୍ଭର ଶୁଭାରମ୍ଭ: ଦିନକରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ।
Crime
ଖାଇବା ନେଇ ଯାଇଥିଲେ ବାପା ମାଆ, ଦେଖିଲେ ହଷ୍ଟେଲରେ ଝୁଲୁଛି ପୁଅର ମୃତଦେହ
ଖଡ଼ଗପୁର ଆଇଆଇଟିରେ ଛାତ୍ର ଆତ୍ମହତ୍ୟା। ହଷ୍ଟେଲରେ ପୁଅକୁ ଭେଟିବାକୁ ଯାଇଥିବାବେଳେ ମୃତଦେହ ଝୁଲୁଥିବା ଦେଖିଲେ ବାପା ମାଆ।
National
ଗୁଗଲରେ ସର୍ଚ୍ଚ କଲେ ମୃତ୍ୟୁ ପରେ କ’ଣ ହୁଏ, ତା’ପରେ ନିଜକୁ ଗୁଳି କରିଦେଲେ ୯ମ ଶ୍ରେଣୀ ଛାତ୍ର
ଆତ୍ମହତ୍ୟା କରିବା ପୂର୍ବରୁ ପିଲାଟି ଗୁଗଲରେ ମୃତ୍ୟୁ ପରେ ଜଣେ ଲୋକ ସହ କ’ଣ ହୋଇଥାଏ ବୋଲି ସର୍ଚ୍ଚ କରିଥିଲା। ଏହାପରେ ସେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରି ଦେଇଥିଲା।
National
ମହାକୁମ୍ଭରୁ ମାଲାମାଲ ହେବ ୟୁପି, ରାଜ୍ୟ ଆୟ କରିବ ୨ ଲକ୍ଷ କୋଟି!
ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି।
National
ବଢ଼ୁଛି ବିବାଦ: ବାଂଲାଦେଶ ଡେପୁଟି ହାଇ କମିଶନରଙ୍କୁ ସମନ କଲା ଭାରତ
ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ ଡାକି ସୀମାରେ ବିଏସଏଫ ଦ୍ୱାରା କରାଯାଇଥିବା ତାର ବାଡକୁ ନେଇ ଆପତ୍ତି ଜଣାଇଥିଲା।