ଫୁଟ୍‌ବଲ୍ ନିଶାରେ ବାପ-ପୁଅ, ଫିଫା ବିଶ୍ୱକପ୍‌ ଦେଖି ରୁଷିଆରୁ ସେଲ୍‌ଫି ଛାଡ଼ିଲେ ଅମିତାଭ ଓ ଅଭିଷେକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନଙ୍କ ସହ ଏବେ ଫୁଟ୍‌ବଲ୍‌ ବିଶ୍ୱକପ ଦେଖିବାକୁ ରୁଷିଆରେ ପହଞ୍ଚିଛନ୍ତି। ଅଭିଷେକ ସୋଶଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ପିତା ଅମିତାଭ ବଚ୍ଚନଙ୍କ ସହ ରୁଷିଆର ସେଣ୍ଟ୍ ପିଟର୍ସବର୍ଗ ଷ୍ଟାଡ଼ିୟମରେ ସେ ଫୁଟବଲ୍‌ ମ୍ୟାଚ୍‌ର ମଜା ନେଉଥିବା ନଜର ଆସିଛନ୍ତି। ଫ୍ରାନ୍ସ ଜିତିବା ପରେ ଏହି ଦୁଇ ବଲିଉଡ୍ ଅଭିନେତା ଏହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ […]

amitabh-abhishek-759

Rakesh Mallick
  • Published: Wednesday, 11 July 2018
  • , Updated: 11 July 2018, 07:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନଙ୍କ ସହ ଏବେ ଫୁଟ୍‌ବଲ୍‌ ବିଶ୍ୱକପ ଦେଖିବାକୁ ରୁଷିଆରେ ପହଞ୍ଚିଛନ୍ତି। ଅଭିଷେକ ସୋଶଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ପିତା ଅମିତାଭ ବଚ୍ଚନଙ୍କ ସହ ରୁଷିଆର ସେଣ୍ଟ୍ ପିଟର୍ସବର୍ଗ ଷ୍ଟାଡ଼ିୟମରେ ସେ ଫୁଟବଲ୍‌ ମ୍ୟାଚ୍‌ର ମଜା ନେଉଥିବା ନଜର ଆସିଛନ୍ତି। ଫ୍ରାନ୍ସ ଜିତିବା ପରେ ଏହି ଦୁଇ ବଲିଉଡ୍ ଅଭିନେତା ଏହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ଫ୍ରାନ୍ସ ଟିମ୍‌ର ବଡ଼ ପ୍ରଶଂସକ। ମ୍ୟାଚ୍‌ ବେଳେ ଫ୍ରାନ୍ସକୁ ଚିୟର୍‌ କରୁଥିବା ନଜର ଆସିଥିଲେ ଏହି ଦୁଇ ଅଭିନେତା। ମଙ୍ଗଳବାର ଫ୍ରାନ୍ସ ଓ ବେଲଜିୟମ୍‌ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ଏହି ଦୁଇ ଅଭିନେତା ମ୍ୟାଚ୍‌କୁ ଉପଭୋଗ କରୁଥିବାର ଫଟୋ ଏବେ ସୋଶଲ୍ ମିଡିଆରେ ଭାଇରାଲ୍‌ ହେବାର ଲାଗିଛି।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ସ୍ପୋର୍ଟ୍ସରେ ବେଶ୍‌ ରୁଚି ରଖନ୍ତି। ଅଭିଷେକ ବଚ୍ଚନଙ୍କର ଭାରତରେ ଦୁଇଟି ଫ୍ରାଞ୍ଚାଇଜ୍‌ ମଧ୍ୟ ଅଛି। ଆଇ.ଏସ୍‌.ଏଲ୍‌.ରେ ଚେନ୍ନାଇ ଏଫ୍‌.ସି.ର କୋ-ଓନର୍‌ ହେଉଛନ୍ତି ଅଭିଷେକ ବଚ୍ଚନ। ତା ସହିତ ପ୍ରୋ-କବାଡ଼ିରେ ଅଭିଷେକଙ୍କର ‘ଜୟପୁର ପିଙ୍କ୍ ପାନ୍ଥର୍ସ’ ନାମକ ଏକ ଫ୍ରାଞ୍ଚାଇଜ୍‌ ମଧ୍ୟ ଅଛି। ଅମିତାଭ ବଚ୍ଚନ ମଧ୍ୟ ଫୁଟବଲ୍‌ ସହ  ଅନ୍ୟ ଖେଳ ପ୍ରତି ରୁଚି ରଖନ୍ତି। ଚଳିତ ଫୁଟବଲ୍‌ ବିଶ୍ୱକପ ଦେଖିବାକୁ ଏବେ ଅମିତାଭ ଓ ଅଭିଷେକ ରୁଷିଆ ଗସ୍ତରେ ଅଛନ୍ତି।

Related story