ରାୱଲପିଣ୍ଡି: ପାକିସ୍ତାନ ଓପ୍ନର ଆବିଦ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆବିଦ୍ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ନିଜର ପଦାର୍ପଣ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଅନ୍ତିମ ଦିବସରେ ଆବିଦ୍ ଶତକୀୟ ଇନିଂସ୍ ଖେଳିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଟେଷ୍ଟ ଓ ଦିନିକିଆ ପଦାର୍ପଣ ମ୍ୟାଚରେ ଶତକ ମାରିବାର ରେକର୍ଡ ଇଂଲଣ୍ଡର ମହିଳା କ୍ରିକେଟର୍ ଏନିଡ୍ ବେକୱେଲଙ୍କ ନାଁରେ ରହିଛି। ବେକୱେଲ୍ ୧୯୬୮ରୁ ୧୯୭୯ ମଧ୍ୟରେ ଏହି ରେକର୍ଡ କରିଥିଲେ। ବେକୱେଲ୍ ୧୯୬୮ରେ ଅଷ୍ଟ୍ରେଲିଆ ବିପକ୍ଷ ନିଜର ପ୍ରଥମ ଟେଷ୍ଟରେ ୧୧୩ ରନର ଇନିଂସ୍ ଖେଳିଥିବା ବେଳେ ୧୯୭୩ରେ ଅନ୍ତର୍ଜାତୀୟ ଏକାଦଶ ମହିଳା ଟିମ୍ ବିପକ୍ଷରେ ନିଜର ଡେବ୍ୟୁ ଦିନିକିଆ ଶତକ (୧୦୧) ମାରିଥିଲେ।
୩୨ ବର୍ଷୀୟ ଆବିଦ୍ ଚଳିତ ବର୍ଷ ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପଦାର୍ପଣ ଦିନିକିଆରେ ୧୧୨ ରନର ଇନିଂସ୍ ଖେଳିଥିଲେ। ଆଜି ସେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୧୦୯ ରନ୍ ମାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଶନିବାର ସକାଳେ କଂଗ୍ରେସ ଭବନରୁ ବାହାରିବ ଅନ୍ତିମ ଯାତ୍ରା, ନିଗମବୋଧ ଘାଟରେ ଶେଷକୃତ୍ୟ
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମୋଦି ସରକାରଙ୍କ କ୍ୟାବିନେଟରେ ପାରିତ ହେଲା ଶୋକ ପ୍ରସ୍ତାବ।
National
ସ୍ୱାସ୍ଥ୍ୟରେ ଉନ୍ନତି ପରେ ମେଡିକାଲରୁ ଡିସଚାର୍ଜ ହେଲେ ଆଡଭାନୀ
ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।
National
ମନମୋହନଙ୍କ ଶେଷକୃତ୍ୟ ଓ ସ୍ମାରକ ପାଇଁ ଉପଯୁକ୍ତ ସ୍ଥାନ ମାଗିଲା କଂଗ୍ରେସ
ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ। ସ୍ମାରକ ହେଲାଭଳି ସ୍ଥାନରେ ଶେଷକୃତ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।
National
ଭଡ଼ା ଘରୁ ମିଳିଲା ସିମ୍ରନଙ୍କ ମୃତଦେହ
ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।
Politics
ନିଜକୁ ଚାବୁକରେ ମାରିଲେ ଆନ୍ନାମଲାଇ, ଦେଖନ୍ତୁ ଭିଡିଓ
ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କଲେ। ୪୮ ଦିନ ଉପବାସରେ ରହିବେ ଓ ଚପଲ ନପିନ୍ଧିବାକୁ କରିଛନ୍ତି ଘୋଷଣା।