କାବୁଲ୍: ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଆଚାର ସଂହିତା ଉଲ୍ଲଙ୍ଘନ ଅଭିଯୋଗରେ ଷ୍ଟାର୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ଶେହଜାଦଙ୍କୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସସପେଣ୍ଡ୍ କରିଛି। ଏସିବିର ବିଜ୍ଞପ୍ତି ଅନୁଯାୟୀ, ଶେହଜାଦ୍ ବିଦେଶ ଗସ୍ତ ପାଇଁ ବୋର୍ଡର ଅନୁମତି ନେବାର ନିୟମର ପାଳନ କରିନାହାନ୍ତି।
ବୋର୍ଡର ନୀତି ଆଧାରରେ ବାହାରକୁ ଯିବା ପାଇଁ ପ୍ରତି ଖେଳାଳିଙ୍କୁ ଏସିବିର ଅନୁମତି ନେବାକୁ ପଡ଼ିଥାଏ। କିନ୍ତୁ ଶେହଜାଦ ଏହାର ପାଳନ କରିନାହାନ୍ତି। ଶେହଜାଦ୍ ପୂର୍ବରୁ ମଧ୍ୟ ବୋର୍ଡର ଆଚାର ସଂହିତାର ଉଲ୍ଲଙ୍ଘନ କରିଛନ୍ତି। ଶେହଜାଦଙ୍କୁ ନିକଟରେ ଏସିବିର ଶୃଙ୍ଖଳିତ କମିଟି ବିଶ୍ୱକପରେ ଏକ ବିଶୃଙ୍ଖଳିତ ମାମଲାର ଶୁଣାଣି କରିଥିଲେ।
ଏସିବି ସଙ୍କେତ ଦେଇଛି ଯେ, ଚଳିତମାସ ଶେଷରେ ତାଙ୍କ ଉପରେ ଆହୁରି ପ୍ରତିବନ୍ଧକ ଲଗାଯାଇପାରେ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଶେହଜାଦ୍ ଗତମାସ ୨୦ ଏବଂ ୨୫ ତାରିଖରେ ଶୃଙ୍ଖଳା କମିଟିର ବୈଠକରେ ଭାଗ ନେଇନଥିଲେ। ଏହି କମିଟିର ବୈଠକ ଇଦ୍ ପରେ ହେବ, ଯେଉଁଥିରେ ତାଙ୍କ ଉପରେ ନିଷ୍ପତ୍ତି ନିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।