ଶ୍ରୀଲଙ୍କାକୁ ୨୦୧ ରନ୍‌ରେ ରୋକିଲା ଆଫଗାନିସ୍ତାନ

କାର୍ଡିଫ୍: ଆଫଗାନିସ୍ତାନ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଖାନଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ଆଇସିସି ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଶ୍ରୀଲଙ୍କାକୁ ୩୬.୫ ଓଭରରେ ୨୦୧ ରନରେ ଅଲଆଉଟ୍ କରିଦେଇଛି। ଶ୍ରୀଲଙ୍କା ୩୩ ଓଭରରେ ୮ ୱିକେଟ୍ ହରାଇ ୧୮୨ ରନ୍ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ୍ ରୋକିବାକୁ ପଡ଼ିଥିଲା। ବର୍ଷା ଛାଡ଼ିବା ପରେ ମ୍ୟାଚ୍ ୪୧ ଓଭର ବିଶିଷ୍ଟ କରାଯାଇଥିଲା। ମ୍ୟାଚ୍ ଜିତିବା ପାଇଁ ଆଫଗାନିସ୍ତାନକୁ ଡକୱର୍ଥ ଲୁଇସ୍ ଆଧାରରେ ୧୮୭ […]

AFGAN

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 09:45 PM IST

କାର୍ଡିଫ୍: ଆଫଗାନିସ୍ତାନ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଖାନଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ଆଇସିସି ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଶ୍ରୀଲଙ୍କାକୁ ୩୬.୫ ଓଭରରେ ୨୦୧ ରନରେ ଅଲଆଉଟ୍ କରିଦେଇଛି। ଶ୍ରୀଲଙ୍କା ୩୩ ଓଭରରେ ୮ ୱିକେଟ୍ ହରାଇ ୧୮୨ ରନ୍ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ୍ ରୋକିବାକୁ ପଡ଼ିଥିଲା।

ବର୍ଷା ଛାଡ଼ିବା ପରେ ମ୍ୟାଚ୍ ୪୧ ଓଭର ବିଶିଷ୍ଟ କରାଯାଇଥିଲା। ମ୍ୟାଚ୍ ଜିତିବା ପାଇଁ ଆଫଗାନିସ୍ତାନକୁ ଡକୱର୍ଥ ଲୁଇସ୍ ଆଧାରରେ ୧୮୭ ରନ୍ କରିବାକୁ ପଡ଼ିବ। ନବି ୯ ଓଭରରେ ୩୦ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ରଶିଦ୍ ଓ ଦୌଲତ ଜର୍ଦ୍ଦାନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ କୁଶଲ ପରେରା ସର୍ବାଧିକ ୭୮ (୮୧ ବଲ୍, ୮ ଚୌକା) ରନ୍ କରିଥିଲେ। ଏହାଛଡ଼ା ଆଫଗାନିସ୍ତାନ ଅତିରିକ୍ତ ଭାବେ ୩୫ ରନ୍ ବ୍ୟୟ କରିଥିଲା।

ଟସ୍ ହାରି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦମଦାର ଆରମ୍ଭ କରିଥିଲା। ଏକ ସମୟରେ ଶ୍ରୀଲଙ୍କା ୧ ୱିକେଟରେ ୧୪୪ ରନ୍ କରି ଭଲ ସ୍ଥିତିରେ ଥିଲା ଏବଂ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଏହିଠାରୁ ଆଫଗାନିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ଶ୍ରୀଲଙ୍କା ତା'ର ଶେଷ ୯ ୱିକେଟ୍ ୫୭ ରନରେ ହରାଇଥିଲା। ଅଧିନାୟକ ଦିମୁତ କରୁଣାରତ୍ନେ (୩୦), ଲାହିରୁ ଥିରିମାନେ (୨୫), କୁଶଲ ମେଣ୍ଡିସ୍ (୨) ଓ ଆଞ୍ଜେଲୋ ମାଥ୍ୟୁସ୍ (୦)ଙ୍କୁ ଆଉଟ୍ କରି ନବି ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ନବିଙ୍କୁ ଟିମର ଅନ୍ୟତମ ଷ୍ଟାର ସ୍ପିନର୍ ରଶିଦ୍ ଭରପୂର ସହଯୋଗ କରିଥିଲେ, ଯିଏ ସେଟ୍ ବ୍ୟାଟ୍ସମ୍ୟାନ୍ ପରେରା ଓ ଅନ୍ତିମ ୱିକେଟ୍ ଭାବେ ନୁୱନ ପ୍ରଦୀପ (୦)ଙ୍କୁ ଆଉଟ୍ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଇସୁରୁ ଉଦାନା (୧୦), ଥିସାରା ପରେରା (୨), ଧନଞ୍ଜନ ଡି'ସିଲଭା (୦) ନିରାଶ କରିଥିଲେ । ସୁରଙ୍ଗ ଲାକମଲ୍ ୧୫ ରନ୍ କରି ଅପରାଜିତ ଥିଲେ।

Related story