ଯୁବରାଜଙ୍କୁ ଏମିତି କଥା କହିଲେ ଆଫ୍ରିଦି ଓ ଅଖତର

ନୂଆଦିଲ୍ଲୀ: ଦୀର୍ଘ ୧୯ ବର୍ଷର କ୍ରିକେଟ କ୍ୟାରିୟକୁ ଅଲବିଦା କହିଥିବା ଯୁବରାଜ ସିଂହଙ୍କ ପାଇଁ ପାକିସ୍ତାନରୁ ଶୁଭେଚ୍ଛା ବାର୍ତ୍ତା ଆସିଛି। ପାକିସ୍ତାନ ଟିମ୍‌ର ଦୁଇ ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଓ ସୋଏବ ଅଖତର ଟ୍ୱିଟ୍‌ ଯୋଗେ ଯୁବରାଜ ସିଂହଙ୍କ ପାଇଁ ବେଶ ଭାବପ୍ରବଣ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି। ଆଫ୍ରିଦି କହିଛନ୍ତି, “ଯୁବରାଜ ତୁମେ ଜଣେ କୁଶଳୀ ବ୍ୟାଟସ୍‌ମ୍ୟାନ୍‌ ଥିଲ। ଖାଲି ସେତିକି ନୁହେଁ ତୁମେ ଜଣେ ଭଲ ଫିଲ୍ଡର ରହିବା ସହ ବଡ଼ ମ୍ୟାଚ୍‌ରେ […]

sw

Hemant Lenka
  • Published: Tuesday, 11 June 2019
  • , Updated: 11 June 2019, 05:42 PM IST

ନୂଆଦିଲ୍ଲୀ: ଦୀର୍ଘ ୧୯ ବର୍ଷର କ୍ରିକେଟ କ୍ୟାରିୟକୁ ଅଲବିଦା କହିଥିବା ଯୁବରାଜ ସିଂହଙ୍କ ପାଇଁ ପାକିସ୍ତାନରୁ ଶୁଭେଚ୍ଛା ବାର୍ତ୍ତା ଆସିଛି। ପାକିସ୍ତାନ ଟିମ୍‌ର ଦୁଇ ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଓ ସୋଏବ ଅଖତର ଟ୍ୱିଟ୍‌ ଯୋଗେ ଯୁବରାଜ ସିଂହଙ୍କ ପାଇଁ ବେଶ ଭାବପ୍ରବଣ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି।
ଆଫ୍ରିଦି କହିଛନ୍ତି, “ଯୁବରାଜ ତୁମେ ଜଣେ କୁଶଳୀ ବ୍ୟାଟସ୍‌ମ୍ୟାନ୍‌ ଥିଲ। ଖାଲି ସେତିକି ନୁହେଁ ତୁମେ ଜଣେ ଭଲ ଫିଲ୍ଡର ରହିବା ସହ ବଡ଼ ମ୍ୟାଚ୍‌ରେ କେମିତି ପ୍ରଦର୍ଶନ କରାଯାଏ, ସେକଥା ତୁମଠାରୁ ଅଧିକ ବୋଧେ କେହି ଜାଣି ନଥିଲେ। ତୁମର ଖେଳୁଆଡ଼ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇ ଥାଏ। ଆମେ ଏକାଠି ଅନେକ ବିଶେଷ ମୂହୁର୍ତ୍ତ ଅତିବାହିତ କରିବେ। ତୁମର ଆଗାମୀ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା।”

ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର କହିଛନ୍ତି, “ଜଣେ ରକ୍‌ ଷ୍ଟାର, ଜଣେ ମ୍ୟାଚ୍‌ ବିଜୟୀ, ଜଣେ ମହାନ ଜୁନିଅର ଓ ମୋର ଜଣେ ଭଲ ବନ୍ଧୁ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ମୋର ମନେ ଅଛି ପ୍ରଥମଥର ମୁଁ ତାଙ୍କ ଖେଳ ୨୦୦୩ ବିଶ୍ୱକପ୍‌ରେ ଦେଖିଥିଲି।

ସେଞ୍ଚୁରିଅନରେ ସେ ବେଶ ଭଲ ଇନିଂସ୍‌ ଖେଳିଥିଲେ। ମୁଁ ଏଥିପାଇଁ ତାଙ୍କ ପାଖକୁ ଯାଇ ତାଙ୍କ ସହ କଥା ହୋଇଥିଲି। ଖେଳ ବିଷୟରେ ଥିବା ତାଙ୍କର ଗଭୀର ଜ୍ଞାନ ମୋତେ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମୁଁ ଭାବୁନି ଟିମ୍‌ ଇଣ୍ଡିଆରେ ପୁଣିଥରେ ଯୁବରାଜଙ୍କ ଠାରୁ ଭଲ ଖେଳାଳି ଆଉ କେହି ସୃଷ୍ଟି ହୋଇପାରିବେ।”

ଯୁବରାଜ ସିଂହ ୨୦୦୦ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ନିରବଚ୍ଛିନ୍ନ ଭାବେ ଟିମ୍‌ ଇଣ୍ଡିଆ ପାଇଁ ଖେଳି ଆସୁଥିଲେ। ତାଙ୍କ ପାଇଁ ଭାରତ ୨୦୦୭ ଟି-୨୦ ଓ ୨୦୧୧ ବିଶ୍ୱକପ୍‌ ଜିତିଥିଲା।

Related story