ଶାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ, ଆଇସୋଲେସନରେ ରହିଲେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ମହାମାରୀ କରୋନା ଭାଇରସ ପଞ୍ଝାରେ ପଡ଼ିଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଖୋଦ ଆଫ୍ରିଦି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରିଥିଲି। ମୋର ପୂରା ଶରୀରରେ ଜୀବନ ନଥିବା ଭଳି ମନେ ହେଉଥିଲା। ଶେଷରେ ମୁଁ କୋଭିଡ ଟେଷ୍ଟ କରିଥିଲି। ଦୁର୍ଭାଗ୍ୟଶତଃ ମୋ ରିପୋର୍ଟ ପଜିଟିଭ ଆସିଛି। ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା ଦରକାର।” ଆଫ୍ରିଦିଙ୍କ […]

sa

Hemant Lenka
  • Published: Saturday, 13 June 2020
  • , Updated: 13 June 2020, 04:19 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ମହାମାରୀ କରୋନା ଭାଇରସ ପଞ୍ଝାରେ ପଡ଼ିଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଖୋଦ ଆଫ୍ରିଦି ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରିଥିଲି। ମୋର ପୂରା ଶରୀରରେ ଜୀବନ ନଥିବା ଭଳି ମନେ ହେଉଥିଲା। ଶେଷରେ ମୁଁ କୋଭିଡ ଟେଷ୍ଟ କରିଥିଲି। ଦୁର୍ଭାଗ୍ୟଶତଃ ମୋ ରିପୋର୍ଟ ପଜିଟିଭ ଆସିଛି। ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା ଦରକାର।”

ଆଫ୍ରିଦିଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ସେହିପରି ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା’ର ମଧ୍ୟ ଖୋଳତାଡ଼ କରାଯାଉଛି। କରୋନା ସଂକ୍ରମଣ ମଧ୍ୟରେ ଆଫ୍ରିଦି ‘ଶାହିଦ ଆଫ୍ରିଦି ଫାଉଣ୍ଡେସନ’ ନାଁରେ ଅନାକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିଲେ। ସମ୍ଭବତଃ ଏହି ସମୟରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

ଆଫ୍ରିଦି ପାକିସ୍ତାନର ତୃତୀୟ କ୍ରିକେଟର ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ତୈଫିକ ଉମର ଓ ଜାଫର ସର୍ଫାରାଜଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଉଭୟ ୧୪ ଦିନ ହୋମ ଆଇସୋଲେସନରେ ରହିବା ପରେ କରୋନା କବଳରୁ ମୁକୁଳିଛନ୍ତି।

ପାକିସ୍ତାନ କ୍ରିକେଟରଙ୍କ ବ୍ୟତୀତ ସ୍କଟଲ୍ୟାଣ୍ଡର ମଜିକ ହକ ଓ ଦକ୍ଷିଣ ଆଫ୍ରିକାର ସୋଲୋ ଏନକ୍ୱେଇନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Related story