ଦୁଇ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ୍‌

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଦୁଇ ଷ୍ଟାର ଫୁଟବଲ ଖେଳାଳି ଗୁରପ୍ରୀତ ସିଂହ ସାନ୍ଧୁ ଓ ଜେଜେ ଲାଲପେଖ୍ଲୁଆଙ୍କୁ ଅର୍ଜୁନ ପୁରସ୍କାର ଦେବାକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ ସୁପାରିସ କରାଯାଇଛି। ୨୦୧୧ରେ ପ୍ରସିଦ୍ଧ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୮ ବର୍ଷ ପରେ ପୁଣି ଦୁଇ ଜଣ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ କରାଯାଇଛି। ଭେଟରାନ୍‌ ସୁବ୍ରତ ପାଲ ଓ ଯୁବ ଟ୍ୟାଲେଣ୍ଟ ଅମରିନ୍ଦର ସିଂହଙ୍କ ପରି ଖେଳାଳିଙ୍କୁ ପଛରେ […]

sss

Hemant Lenka
  • Published: Saturday, 27 April 2019
  • , Updated: 27 April 2019, 06:17 PM IST

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଦୁଇ ଷ୍ଟାର ଫୁଟବଲ ଖେଳାଳି ଗୁରପ୍ରୀତ ସିଂହ ସାନ୍ଧୁ ଓ ଜେଜେ ଲାଲପେଖ୍ଲୁଆଙ୍କୁ ଅର୍ଜୁନ ପୁରସ୍କାର ଦେବାକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ ସୁପାରିସ କରାଯାଇଛି। ୨୦୧୧ରେ ପ୍ରସିଦ୍ଧ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୮ ବର୍ଷ ପରେ ପୁଣି ଦୁଇ ଜଣ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ କରାଯାଇଛି।

ଭେଟରାନ୍‌ ସୁବ୍ରତ ପାଲ ଓ ଯୁବ ଟ୍ୟାଲେଣ୍ଟ ଅମରିନ୍ଦର ସିଂହଙ୍କ ପରି ଖେଳାଳିଙ୍କୁ ପଛରେ ପକାଇ ସାନ୍ଧୁ ଏବେ ଭାରତୀୟ ଟିମ୍‌ର ପ୍ରଥମ ଗୋଲ କିପର ହୋଇପାରିଛନ୍ତି। ସେହିପରି ଫରୱାର୍ଡ ଜେଜେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ବେଶ ପରିଚିତ। ଗତବର୍ଷ ମଧ୍ୟ ସାନ୍ଧୁ ଓ ଜେଜେଙ୍କ ନାଁଙ୍କ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଥିଲା। ତେବେ ସେମାନଙ୍କୁ ପୁରସ୍କାର ମିଳି ନଥିଲା। ଛେତ୍ରୀଙ୍କୁ ପ୍ରଥମେ ଅର୍ଜୁନ ଓ ପରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

Related story