କ୍ୟାରିୟରରେ ପ୍ରଥମଥର ପାଇଁ ଏହି ସ୍ଥିତିର ସମ୍ମୁଖୀନ ହେଲେ ରାହଣେ

ୱେଲିଙ୍ଗଟନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ମାତ୍ର ୪୩ ରନ୍‌ରେ ୫ ୱିକେଟ ହରାଇବାରୁ ଦଳ କେବଳ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଗତକାଲିର ଦୁଇ ଅପରାଜିତ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହଣେ ଓ ଋଷଭ ପନ୍ତ ୬ଷ୍ଠ ୱିକେଟ ପାଇଁ ୧୦୩ ବଲର ଭାଗିଦାରୀ କରିଥିଲେ ହେଁ ରନ୍‌ ଆଉଟରେ ଏହା ଭାଙ୍ଗି ଯାଇଥିଲା। ଏହାପରେ ଦଳ ମାତ୍ର ୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ ରାହଣେ ତାଙ୍କ […]

ea

Hemant Lenka
  • Published: Saturday, 22 February 2020
  • , Updated: 22 February 2020, 04:21 PM IST

ୱେଲିଙ୍ଗଟନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ମାତ୍ର ୪୩ ରନ୍‌ରେ ୫ ୱିକେଟ ହରାଇବାରୁ ଦଳ କେବଳ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଗତକାଲିର ଦୁଇ ଅପରାଜିତ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହଣେ ଓ ଋଷଭ ପନ୍ତ ୬ଷ୍ଠ ୱିକେଟ ପାଇଁ ୧୦୩ ବଲର ଭାଗିଦାରୀ କରିଥିଲେ ହେଁ ରନ୍‌ ଆଉଟରେ ଏହା ଭାଙ୍ଗି ଯାଇଥିଲା।

ଏହାପରେ ଦଳ ମାତ୍ର ୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ ରାହଣେ ତାଙ୍କ ଟେଷ୍ଟ କ୍ୟାରିୟର ମଧ୍ୟରେ ପ୍ରଥମଥର ପାଇଁ କୌଣସି ରନ୍‌ ଆଉଟ୍‌ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ରାହଣେ କ୍ରିଜ୍‌ରେ ଥିବା ବେଳେ କେବେ ହେଲେ ବି ପୂର୍ବରୁ ରନ୍‌ ଆଉଟ ଘଟଣା ଘଟି ନଥିଲା। ଶନିବାର ସକାଳେ ଭାରତୀୟ ଇନିଂସ୍‌ର ୫୯ ଓଭରରେ ହିଁ ଏହି ଘଟଣା ଘଟିଥିଲା।

ପଏଣ୍ଟ ଅଞ୍ଚଳରେ ବଲ ଖେଳି ରାହଣେ ଏକ ରନ୍‌ ନେବାକୁ ଚାହିଁଥିଲେ। ଏଜାଜ ପଟେଲ ବଲ ପାଖରେ ପହଞ୍ଚି ଯାଇଥିବା ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ପନ୍ତ ଦେଖିବାକୁ ସହ ରାହଣେଙ୍କୁ ବଡ଼ ପାଟିରେ ରନ୍‌ ନେବାକୁ ମନା କରିଥିଲେ। ହେଲେ ପନ୍ତଙ୍କ କଥା ନ ଶୁଣି ରନ୍‌ ନେବାକୁ ଚାହୁଁଥିବା ରାହଣେ ନନ୍‌ ଷ୍ଟ୍ରାଇକ ଏଣ୍ଡକୁ ଦୌଡ଼ି ଆସିଥିଲେ।

ଫଳରେ ପନ୍ତ ବାଧ୍ୟ ହୋଇ ତାଙ୍କ ୱିକେଟ ସାକ୍ରିଫାଇଜ କରିଥିଲେ। ପନ୍ତ ଆଉଟ ହେବାର ପ୍ରଥମ ବଲରେ ହିଁ ଅଶ୍ୱିନ ପ୍ୟାଭିଲିୟନ ଫେରିଥିଲେ। ରାହଣେ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଟ ନ ପାରି ସାଉଦିଙ୍କ ତୃତୀୟ ଶିକାର ହୋଇଥିଲେ।

ଅନ୍ୟପକ୍ଷରେ ବିରାଟ କୋହଲିଙ୍କ କ୍ୟାପ୍ଟେନଶିପ୍‌ରେ ଭାରତ କୌଣସି ଏକ ଟେଷ୍ଟ ମ୍ୟାଚ୍‌ରେ ଦ୍ୱିତୀୟ ସର୍ବନିମ୍ନ ସ୍କୋର କରିଛି। ୨୦୧୮ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୧୦୭ ରନ କରିଥିଲା। ଏହାପରେ ଆଜି ଦଳ ୧୬୫ ରନ୍‌ କରିଛି।

Related story