ରାହଣେ ଓ ପନ୍ତଙ୍କ ପାଇଁ ଓକିଲାତି କଲେ ହରଭଜନ

ନୂଆଦିଲ୍ଲୀ: ଆହତ ଶିଖର ଧୱନ ୩ ସପ୍ତାହ ପାଇଁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଆ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ସନ୍ତୁଳନକୁ ପୂରା ବିଗାଡ଼ି ଦେଇଛି। କିଏ କେଉଁ ନମ୍ବରେ ବ୍ୟାଟିଂ କରିବ ଏବଂ ଧୱନଙ୍କ ସ୍ଥାନରେ କାହାକୁ ରିପ୍ଲେସ କରାଯିବ, ତା’କୁ ନେଇ ବିଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ୨୦୧୧ ବିଶ୍ୱକପ୍‌ ୱିନିଂ ଟିମ୍‌ରେ ଥିବା ହରଭଜନ ସିଂହ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୱନଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆ […]

s

Hemant Lenka
  • Published: Tuesday, 11 June 2019
  • , Updated: 11 June 2019, 04:53 PM IST

ନୂଆଦିଲ୍ଲୀ: ଆହତ ଶିଖର ଧୱନ ୩ ସପ୍ତାହ ପାଇଁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଆ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ସନ୍ତୁଳନକୁ ପୂରା ବିଗାଡ଼ି ଦେଇଛି। କିଏ କେଉଁ ନମ୍ବରେ ବ୍ୟାଟିଂ କରିବ ଏବଂ ଧୱନଙ୍କ ସ୍ଥାନରେ କାହାକୁ ରିପ୍ଲେସ କରାଯିବ, ତା’କୁ ନେଇ ବିଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି।

୨୦୧୧ ବିଶ୍ୱକପ୍‌ ୱିନିଂ ଟିମ୍‌ରେ ଥିବା ହରଭଜନ ସିଂହ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୱନଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକରେ ଅନୁଭବ କରିବ। ୩ ସପ୍ତାହ ଅର୍ଥାତ ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍‌ଗୁଡ଼ିକରେ ସେ ଖେଳିପାରିବେ ନାହିଁ। ମୁଁ ଚାହୁଁଥିଲି ଶିଖର ଧୱନ ସବୁ ମ୍ୟାଚ ଖେଳନ୍ତୁ। ସେ ଜଣେ ବଡ଼ ମ୍ୟାଚ୍‌ ୱିନର୍‌। ମୋ ମତରେ ଧୱନଙ୍କ ବଦଳରେ ପନ୍ତ ହିଁ ଉପଯୁକ୍ତ ରିପ୍ଲେସମେଣ୍ଟ ହୋଇପାରିବେ। ଯଦି ବିଜୟ ଶଙ୍କରଙ୍କୁ ୪ ନଂରେ ସୁଯୋଗ ମିଳେ, ତା’ହେଲେ ଏହା ନିଶ୍ଚିତ କିଛିଟା ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଅର୍ଥାତ ତାଙ୍କୁ ନେଇ ମୁଁ କନଫିଡେଣ୍ଟ ହୋଇପାରୁ ନାହିଁ।

ଯଦି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଅଭିଜ୍ଞତାକୁ ଗୁରୁତ୍ୱ ଦେବ। ତା’ହେଲେ ଧୱନଙ୍କ ବଦଳରେ ଅଜିଙ୍କ୍ୟ ରାହଣେଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରାଯିବା ଉଚିତ ହେବ। ରାହଣେ ଏଠାରେ ପୂର୍ବରୁ କାଉଣ୍ଟି କ୍ରିକେଟ୍‌ ଖେଳିଛନ୍ତି। ସେ ଜଣେ ଭଲ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌। ସେ ୩ ନଂ ଓ ୪ ନଂରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୫ ବିଶ୍ୱକପ୍‌ରେ ସେ ଟିମ୍‌ ଇଣ୍ଡିଆର ପ୍ରମୁଖ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଥିଲେ।”

Related story