ରାହାଣେ ଶେଆର୍ କଲେ ନିଜ ନବଜାତ କନ୍ୟାର ଫଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ପତ୍ନୀ ଶନିବାର ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ସୋବବାର ସୋଶାଲ ମିଡିଆରେ ନିଜ ଝିଅ ଓ ପତ୍ନୀଙ୍କ ଫଟୋ ଶେଆର୍ କରିଛନ୍ତି। ଏହି ଫଟୋରେ ରାହାଣେ କ୍ୟାପସନ୍ ଦେଇଛନ୍ତି, ‘ହେଲୋ’। ଏହି ଫଟୋରେ ରାହାଣେ ଓ ତାଙ୍କ ପତ୍ନୀ ରାଧିକା ନିଜ ନବଜାତ ଝିଅକୁ ଖୁସିରେ ଦେଖୁଛନ୍ତି। Hello ❤️ pic.twitter.com/25oQyXOQeV — Ajinkya Rahane (@ajinkyarahane88) October 7, 2019 ଝିଅ ଜନ୍ମ ହେବା ସମୟରେ ରାହାଣେ […]

rahane

Ranjit Kumar Jena
  • Published: Monday, 07 October 2019
  • , Updated: 07 October 2019, 08:55 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କ ପତ୍ନୀ ଶନିବାର ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ସୋବବାର ସୋଶାଲ ମିଡିଆରେ ନିଜ ଝିଅ ଓ ପତ୍ନୀଙ୍କ ଫଟୋ ଶେଆର୍ କରିଛନ୍ତି। ଏହି ଫଟୋରେ ରାହାଣେ କ୍ୟାପସନ୍ ଦେଇଛନ୍ତି, 'ହେଲୋ'। ଏହି ଫଟୋରେ ରାହାଣେ ଓ ତାଙ୍କ ପତ୍ନୀ ରାଧିକା ନିଜ ନବଜାତ ଝିଅକୁ ଖୁସିରେ ଦେଖୁଛନ୍ତି।

ଝିଅ ଜନ୍ମ ହେବା ସମୟରେ ରାହାଣେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଥିଲେ। ବିଶାଖାପାଟଣାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୨୦୩ ରନରେ ବିଜୟୀ ହୋଇଥିଲା। ମୁମ୍ବାଇର ଏହି ଷ୍ଟାଇଲିସ ବ୍ୟାଟ୍ସମ୍ୟାନ୍ ନିଜର ପିଲାଦିନର ବାନ୍ଧବୀ ରାଧିକାଙ୍କ ସହ ୨୦୧୪ରେ ବିବାହ କରିଥିଲେ। ଚଳିତ ବର୍ଷ ଜୁଲାଇରେ ଏହି ଯୋଡ଼ି ନିଜର ଗର୍ଭଗତୀ ଖବର ସାମ୍ନାକୁ ଆଣିଥିଲେ।

ରାହାଣେଙ୍କ ବାପା ହେବା ଖବର ସର୍ବପ୍ରଥମେ ତାଙ୍କ ସାଥୀ ଖେଳାଳି ହରଭଜନ ସିଂହ ଟ୍ୱିଟ୍ ଯୋଗେ ଜଣାଇଥିଲେ। ରାହାଣେଙ୍କ ପରିବାରକୁ ନୂଆ ସଦସ୍ୟର ଆଗମନକୁ ନେଇ ହରଭଜନ ଶୁଭେଚ୍ଛା ଜଣାଇଥିଲେ। ହରଭଜନ ଟ୍ୱିଟ୍ କରିଥିଲେ ଯେ, ବାପା ହେବା ପାଇଁ ରାହାଣେଙ୍କୁ ଅଭିନନ୍ଦନ। ଆଶା କରୁଛି ଉଭୟ ମା' ଓ ଝିଅ ସୁସ୍ଥ ଥିବେ। ଜୀବନର ଅସଲ ମଜା ଆଜିଠାରୁ ଆରମ୍ଭ ହେଲା।

ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ମଧ୍ୟ ରାହାଣେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି, ରାଧିକା ଓ ରାହାଣେଙ୍କୁ ଅନେକ ଶୁଭେଚ୍ଚା। ପ୍ରଥମଥର ମାତା-ପିତା ହେବାର ଖୁସିର କୌଣସି ତୁଳନା ନାହିଁ। ଏବେ ଡାଇପର୍ ବଦଳିବା ପାଇଁ ନାଇଟ୍ ୱାଚମ୍ୟାଚର ନୂଆ ଭୂମିକାର ଆନନ୍ଦ ଉଠାଅ।

Related story