ବିସିସିଆଇର ସଚିବ ଭାବେ ପୁଣି ନିର୍ବାଚିତ ହେଲେ ଅଜୟ ସିରକେ

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଚିବ ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଅଜୟ ସିରକେ। ଆଜି ମୁମ୍ବାଇରେ ଅନୁଷ୍ଠିତ ୮୭ତମ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହ ବୋର୍ଡ ପକ୍ଷରୁ ପୂର୍ବତନ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍‌ ଏମ୍‌ଏସ୍‌କେ ପ୍ରସାଦ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସନ୍ଦୀପ ପଟେଲଙ୍କ ସ୍ଥାନରେ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ପ୍ରସାଦ। ଗତ ଜୁଲାଇ ମାସରେ ଅନୁରାଗ ଠାକୁର ବିସିସିଆଇର […]

ajy-sirke

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 06:59 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଚିବ ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଅଜୟ ସିରକେ।

ଆଜି ମୁମ୍ବାଇରେ ଅନୁଷ୍ଠିତ ୮୭ତମ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହ ବୋର୍ଡ ପକ୍ଷରୁ ପୂର୍ବତନ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍‌ ଏମ୍‌ଏସ୍‌କେ ପ୍ରସାଦ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସନ୍ଦୀପ ପଟେଲଙ୍କ ସ୍ଥାନରେ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ପ୍ରସାଦ।

ଗତ ଜୁଲାଇ ମାସରେ ଅନୁରାଗ ଠାକୁର ବିସିସିଆଇର ସଭାପତି ଭାବେ ନିଯୁକ୍ତି ପାଇବା ପରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ର ମୁଖ୍ୟ ଥିବା ସିରକେ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ଶଶାଙ୍କ ମନୋହର ଆଇସିସିର ସଭାପତି ଭାବେ ନିଯୁକ୍ତି ପାଇବା ପରେ ବିସିସିଆଇର ସଭାପତି ହୋଇଥିଲେ ଅନୁରାଗ ଠାକୁର।

Related story