୨୦୧୭ ଆଇପିଏଲ୍‌ରେ କେକେଆର୍ ସହିତ ରହିବେନି ଆକ୍ରମ୍

କୋଲକାତା: ଆଇପିଏଲ୍‌ର ୨୦୧୭ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ସହିତ ରହିପାରିବେନି ପ୍ରସିଦ୍ଧ ପେସ୍ ବୋଲର୍ ୱାସିମ୍ ଆକ୍ରମ୍। ପେଶାଗତ ଚୁକ୍ତି ଓ ସମୟର ଅଭାବ ଯୋଗୁଁ ସେ ଆସନ୍ତା ବର୍ଷ ଟିମ୍ ସହିତ ରହିପାରିବେନି। ସୂଚନାଯୋଗ୍ୟ, ଆକ୍ରମ କେକେଆର୍‌ର ବୋଲିଂ କୋଚ୍ ଓ ମେଣ୍ଟର ଭାବେ କାର୍ଯ୍ୟ କରି ଆସୁଛନ୍ତି। କେକେଆର୍ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି,“ଆଇପିଏଲ୍‌ ୨୦୧୭ରେ ବୋଲିଂ କୋଚ୍ ଓ ମେଣ୍ଟର ୱାସିମ୍ ଆକ୍ରମ ଟିମ୍ ସହିତ […]

akram

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 10:40 AM IST

କୋଲକାତା: ଆଇପିଏଲ୍‌ର ୨୦୧୭ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ସହିତ ରହିପାରିବେନି ପ୍ରସିଦ୍ଧ ପେସ୍ ବୋଲର୍ ୱାସିମ୍ ଆକ୍ରମ୍। ପେଶାଗତ ଚୁକ୍ତି ଓ ସମୟର ଅଭାବ ଯୋଗୁଁ ସେ ଆସନ୍ତା ବର୍ଷ ଟିମ୍ ସହିତ ରହିପାରିବେନି।

ସୂଚନାଯୋଗ୍ୟ, ଆକ୍ରମ କେକେଆର୍‌ର ବୋଲିଂ କୋଚ୍ ଓ ମେଣ୍ଟର ଭାବେ କାର୍ଯ୍ୟ କରି ଆସୁଛନ୍ତି।

କେକେଆର୍ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି,“ଆଇପିଏଲ୍‌ ୨୦୧୭ରେ ବୋଲିଂ କୋଚ୍ ଓ ମେଣ୍ଟର ୱାସିମ୍ ଆକ୍ରମ ଟିମ୍ ସହିତ ରହିବେ ନାହିଁ। ପେଶାଗତ ଚୁକ୍ତି ଓ ସମୟର ଅଭାବ ଏହାର କାରଣ ବୋଲି ସେ କହିଛନ୍ତି।”

କେକେଆର୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭେଙ୍କି ମହୀଶୂର କହିଛନ୍ତି,“ଆମେ ୱାସିମ୍ ଭାଇଙ୍କ ଅନୁପସ୍ଥିତି ଅନୁଭବ କରିବୁ। ସେ ଗତ କିଛି ବର୍ଷ ହେଲା କେକେଆର୍ ପରିବାରର ସଦସ୍ୟ ରହି ଆସିଛନ୍ତି। ୨୦୧୨ ଓ ୨୦୧୪ରେ କେକେଆର୍ ଆଇପିଏଲ୍ ଚାମ୍ପିଅନ୍ ହେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲା।”

ଆକ୍ରମ କହିଛନ୍ତି,“ମୁଁ କେକେଆର୍‌ ଡ୍ରେସିଂ ରୁମ୍‌କୁ ମନେ ପକାଇବି। ସଫଳତା ବଜାୟ ରଖିବାକୁ ମୁଁ ଟିମ୍‌କୁ ଶୁଭେଚ୍ଛା ଜଣାଉଛି।”

Related story