ପାକିସ୍ତାନ ଅମ୍ପାୟାର୍ ଅଲୀମ ଦାରଙ୍କ ବିଶ୍ୱ ରେକର୍ଡ

ପର୍ଥ: ପାକିସ୍ତାନ ଅମ୍ପାୟାର ଅଲୀମ ଦାର୍ ଟେଷ୍ଟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଅଲୀମ ଗୁରୁବାର ଷ୍ଟିଭ୍ ବକନରଙ୍କୁ ପଛରେ ପକାଇ ସର୍ବାଧିକ ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିବାର ରେକର୍ଡ କରିଛନ୍ତି। ପର୍ଥରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟରେ ଅଲୀମ ଏହି କୀର୍ତ୍ତିମାନ କରିଛନ୍ତି। ୨୦୦୩ରେ ଇଂଲଣ୍ଡର ବାଂଲାଦେଶ ଗସ୍ତରେ ଡେବ୍ୟୁ କରିଥିବା ୫୧ ବର୍ଷୀୟ ଅଲୀମ୍ ଏପର୍ଯ୍ୟନ୍ତ ୧୨୯ ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି। ଏହା ପୂର୍ବରୁ ବକନର୍ ୧୯୮୯ରୁ […]

aleem

aleem

Ranjit Kumar Jena
  • Published: Thursday, 12 December 2019
  • Updated: 12 December 2019, 09:42 PM IST

Sports

Latest News

ପର୍ଥ: ପାକିସ୍ତାନ ଅମ୍ପାୟାର ଅଲୀମ ଦାର୍ ଟେଷ୍ଟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଅଲୀମ ଗୁରୁବାର ଷ୍ଟିଭ୍ ବକନରଙ୍କୁ ପଛରେ ପକାଇ ସର୍ବାଧିକ ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିବାର ରେକର୍ଡ କରିଛନ୍ତି। ପର୍ଥରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟରେ ଅଲୀମ ଏହି କୀର୍ତ୍ତିମାନ କରିଛନ୍ତି।

୨୦୦୩ରେ ଇଂଲଣ୍ଡର ବାଂଲାଦେଶ ଗସ୍ତରେ ଡେବ୍ୟୁ କରିଥିବା ୫୧ ବର୍ଷୀୟ ଅଲୀମ୍ ଏପର୍ଯ୍ୟନ୍ତ ୧୨୯ ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି। ଏହା ପୂର୍ବରୁ ବକନର୍ ୧୯୮୯ରୁ ୨୦୦୯ ପର୍ଯ୍ୟନ୍‌ତ ୧୨୮ ଟେଷ୍ଟ ଓ ୧୮୧ ଦିନିକିଆ ମ୍ୟାଚରେ ଅମ୍ପାୟାରିଂ କରିଥିଲେ।

ଏ ନେଇ ଅଲୀମ କହିଛନ୍ତି, "ଯେତେବେଳେ ମୁଁ କ୍ୟାରିୟର ଆରମ୍ଭ କଲି, କେବେବି ଭାବିନଥିଲି ଯେ ଏହି ମାଇଲଖୁଣ୍ଟ ହାସଲ କରିବି। ବାସ୍ତବରେ ଏହା ମୋ କ୍ୟାରିୟରର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ। ବକନର୍ ମୋର ଆଦର୍ଶ ଏବଂ ତାଙ୍କଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ମୁଁ ଦୁଇ ଦଶନ୍ଧି ଧରି ଅମ୍ପାୟାରିଂ କରିଆସିଛି। ମୋ କ୍ୟାରିୟରର ଦୁଇଟି ସ୍ମରଣୀୟ ମୁହୂର୍ତ୍ତ ରହିଛି। ପ୍ରଥମତଃ, ବ୍ରାଏନ୍ ଲାରାଙ୍କ ଐତିହାସିକ ୪୦୦* ରନ୍ ଏବଂ ଦ୍ୱିତୀୟରେ ୨୦୦୬ରେ ଜୋହାନସବର୍ଗରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ୪୩୪ ରନର ଲକ୍ଷ୍ୟର ପିଛା କରିବା।" ସୂଚନାଯୋଗ୍ୟ, ଏହି ଦୁଇଟି ଐତିହାସିକ ମ୍ୟାଚରେ ଅଲୀମ ଦାର ଅମ୍ପାୟାର୍ ଥିଲେ।

ଅଲୀମ୍ ଅନ୍ତର୍ଜାତୀୟ କ୍ରିକେଟରେ ୨୦୭ ଦିନିକିଆରେ ଅମ୍ପାୟାରିଂ କରିଛନ୍ତି। ତେବେ ଦିନିକିଆରେ ସର୍ବାଧିକ ମ୍ୟାଚରେ ଅମ୍ପାୟାରିଂ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ରୁଡି କୋର୍ଟଜନ (୨୦୯ ମ୍ୟାଚ୍‌)ଙ୍କ ନାଁରେ ରହିଛି। ଏହି ବିଶ୍ୱ ରେକର୍ଡରୁ ଅଲୀମ ଆଉ ଦୁଇଟି ମ୍ୟାଚ୍ ପଛରେ ଅଛନ୍ତି। ଅଲୀମ ୪୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story