ଅଲିମ୍ପିକ୍‌ରେ ଦୂତୀଙ୍କ ସଫଳତା କାମନା କରି ପୂଜାର୍ଚ୍ଚନା

ଯାଜପୁର: ରିଓ ଅଲିମ୍ପିକ୍‌ରେ ସଫଳତା କାମନା କରି ସ୍ପ୍ରିଣ୍ଟର୍‌ ଦୂତୀ ଚାନ୍ଦଙ୍କ ପାଇଁ  କରାଯାଇଛି ପୂଜାର୍ଚ୍ଚନା। ଦୂତୀଙ୍କ ଜନ୍ମମାଟି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ଗୋପାଳପୁର ଗାଁ ଲୋକେ ତାଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି। ଗ୍ରାମ ଦେବତୀଙ୍କ ମନ୍ଦିରରେ ନାମ ସଙ୍କୀର୍ତ୍ତନ ସହ ଯଜ୍ଞ ମଧ୍ୟ କରାଯାଇଛି। ଏହି ଅବସରରେ ଗାଁର ମହିଳାମାନେ ବ୍ରାହ୍ମଣୀ ନଦୀରୁ  କଳସରେ ପାଣି ଆଣି  ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପୂଜା ସ୍ଥଳରେ ଦୂତୀଙ୍କ ଫଟୋ ଓ ବନ୍ୟାର ଲଗାଯାଇ ତାଙ୍କର […]

duti

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 08:57 AM IST

ଯାଜପୁର: ରିଓ ଅଲିମ୍ପିକ୍‌ରେ ସଫଳତା କାମନା କରି ସ୍ପ୍ରିଣ୍ଟର୍‌ ଦୂତୀ ଚାନ୍ଦଙ୍କ ପାଇଁ  କରାଯାଇଛି ପୂଜାର୍ଚ୍ଚନା। ଦୂତୀଙ୍କ ଜନ୍ମମାଟି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ଗୋପାଳପୁର ଗାଁ ଲୋକେ ତାଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି। ଗ୍ରାମ ଦେବତୀଙ୍କ ମନ୍ଦିରରେ ନାମ ସଙ୍କୀର୍ତ୍ତନ ସହ ଯଜ୍ଞ ମଧ୍ୟ କରାଯାଇଛି। ଏହି ଅବସରରେ ଗାଁର ମହିଳାମାନେ ବ୍ରାହ୍ମଣୀ ନଦୀରୁ  କଳସରେ ପାଣି ଆଣି  ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।

ପୂଜା ସ୍ଥଳରେ ଦୂତୀଙ୍କ ଫଟୋ ଓ ବନ୍ୟାର ଲଗାଯାଇ ତାଙ୍କର ସଫଳତାର କାମନା କରାଯାଇଛି। ଅଲିମ୍ପିକ୍‌ରେ ଦୂତୀ ସ୍ୱର୍ଣ୍ଣ ପଦକ ଜିତି ଗାଁ ଓ ଦେଶର ନାଁ ରଖିବେ ବୋଲି ତାଙ୍କ ପରିବାର, ସମ୍ପର୍କୀୟ ଓ ଗାଁ ଲୋକେ ଆଶା ରଖିଛନ୍ତି।

ଅଲିମ୍ପିକ୍‌ର ୧୦୦ ମିଟର ଦୌଡ଼ରେ ଭାଗ ନେବାକୁ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି।  ୧୨ତାରିଖରେ ସେ ଏହି ପ୍ରତିଯୋଗିତାରେ ଭାଗ ନେବେ।

Related story