ଅଲିମ୍ପିକ ପଦକ ବିଜେତାଙ୍କୁ ମାଗଣା ଫ୍ଲାଇଟ୍‌ ସେବା ଯୋଗାଇବ ଏୟାର ଏସିଆ

ହାଇଦ୍ରାବାଦ: ରିଓ ଅଲିମ୍ପିକ୍‌ ଓ ପାରା ଅଲିମ୍ପିକ୍‌ରେ ପଦକ ଜିତିଥିବା ସବୁ ଅଲିମ୍ପିଆନ୍‌ଙ୍କୁ ମାଗଣା ଫ୍ଲାଇଟ୍‌ ସେବା ଯୋଗାଇବ କମ୍‌ ଦରରେ ବିମାନସେବା ଯୋଗାଉଥିବା ଏୟାରଏସିଆ। ସ୍ୱର୍ଣ୍ଣପଦକ ବିଜେତା ପ୍ରତିଯୋଗୀମାନେ ଜୀବନବ୍ୟାପୀ ମାଗଣା ସେବା ପାଇବାକୁ ଥିବା ବେଳେ ରୌପ୍ୟ ପଦକ ବିଜେତାଙ୍କୁ ୫ ବର୍ଷ ଓ କାଂସ୍ୟ ପଦକ ବିଜେତାଙ୍କୁ ୩ ବର୍ଷ ମାଗଣାରେ ବିମାନଯାତ୍ରା ପ୍ରଦାନ କରିବ ଏହି ବିମାନସେବା ପ୍ରଦାନକାରୀ କମ୍ପାନୀ। ଏୟାରଏସିଆ ଓ ଏୟାରଏସିଆ ଏକ୍ସ ଏସିଆ, ଅଷ୍ଟ୍ରେଲିଆ, ମଧ୍ୟ ପ୍ରାଚ୍ୟ […]

airasia

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 09:21 PM IST

ହାଇଦ୍ରାବାଦ: ରିଓ ଅଲିମ୍ପିକ୍‌ ଓ ପାରା ଅଲିମ୍ପିକ୍‌ରେ ପଦକ ଜିତିଥିବା ସବୁ ଅଲିମ୍ପିଆନ୍‌ଙ୍କୁ ମାଗଣା ଫ୍ଲାଇଟ୍‌ ସେବା ଯୋଗାଇବ କମ୍‌ ଦରରେ ବିମାନସେବା ଯୋଗାଉଥିବା ଏୟାରଏସିଆ।

ସ୍ୱର୍ଣ୍ଣପଦକ ବିଜେତା ପ୍ରତିଯୋଗୀମାନେ ଜୀବନବ୍ୟାପୀ ମାଗଣା ସେବା ପାଇବାକୁ ଥିବା ବେଳେ ରୌପ୍ୟ ପଦକ ବିଜେତାଙ୍କୁ ୫ ବର୍ଷ ଓ କାଂସ୍ୟ ପଦକ ବିଜେତାଙ୍କୁ ୩ ବର୍ଷ ମାଗଣାରେ ବିମାନଯାତ୍ରା ପ୍ରଦାନ କରିବ ଏହି ବିମାନସେବା ପ୍ରଦାନକାରୀ କମ୍ପାନୀ।

ଏୟାରଏସିଆ ଓ ଏୟାରଏସିଆ ଏକ୍ସ ଏସିଆ, ଅଷ୍ଟ୍ରେଲିଆ, ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକା ମଧ୍ୟରେ ଥିବା ୧୨୦ଟି ଗନ୍ତବ୍ୟସ୍ଥଳକୁ ମାଗଣାରେ ଯାଇପାରିବେ ବୋଲି ଏୟାରଏସିଆର ସିଇଓ ଅମର ଅବ୍ରୋଲ କହିଛନ୍ତି।

ରିଓ ଅଲିମ୍ପିକ୍‌ରେ ଭାରତକୁ ଗୋଟିଏ କାଂସ୍ୟ ପଦକ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ସେହିପରି ଏବେ ପର୍ଯ୍ୟନ୍ତ ପାରା ଅଲିମ୍ପିକ୍‌ରେ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ କାଂସ୍ୟ ପଦକ ହାତେଇଛି ଭାରତ।

Related story