ମହିଳା 'କିଆ ସୁପରଲିଗ୍‌' ଖେଳିବେ ଦୀପ୍ତି ଶର୍ମା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ଇଂଲଣ୍ଡ ଓ ୱେଲଶ୍ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଆୟୋଜିତ ମହିଳା ସୁପର ଲିଗ୍‌ରେ ଭାଗ ନେବେ। ଏହି ‘କିଆ ସୁପରଲିଗ୍‌’ରେ ଦୀପ୍ତିଙ୍କୁ ‘ୱେଷ୍ଟର୍ଣ୍ଣ ଷ୍ଟର୍ମ’ ଦଳ ପକ୍ଷରୁ କିଣି ନିଆଯାଇଛି। ‘ୱେଷ୍ଟର୍ଣ୍ଣ ଷ୍ଟର୍ମ’ ସହ ଚୁକ୍ତି କରିବା ପରେ ଦୀପ୍ତି ଶର୍ମା କହିଛନ୍ତି, “ମୁଁ କିଆ ସୁପର ଲିଗ୍‌ ଖେଳିବାକୁ ନେଇ ବେଶ ଉତ୍ସାହିତ। ସବୁ ଖେଳାଳି ବଡ଼ ବଡ଼ ପ୍ରତିଯୋଗିତା ଓ ବିଶ୍ୱର ବଡ଼ […]

wq

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 06:48 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ଇଂଲଣ୍ଡ ଓ ୱେଲଶ୍ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଆୟୋଜିତ ମହିଳା ସୁପର ଲିଗ୍‌ରେ ଭାଗ ନେବେ। ଏହି 'କିଆ ସୁପରଲିଗ୍‌'ରେ ଦୀପ୍ତିଙ୍କୁ 'ୱେଷ୍ଟର୍ଣ୍ଣ ଷ୍ଟର୍ମ' ଦଳ ପକ୍ଷରୁ କିଣି ନିଆଯାଇଛି। 'ୱେଷ୍ଟର୍ଣ୍ଣ ଷ୍ଟର୍ମ' ସହ ଚୁକ୍ତି କରିବା ପରେ ଦୀପ୍ତି ଶର୍ମା କହିଛନ୍ତି, “ମୁଁ କିଆ ସୁପର ଲିଗ୍‌ ଖେଳିବାକୁ ନେଇ ବେଶ ଉତ୍ସାହିତ।

ସବୁ ଖେଳାଳି ବଡ଼ ବଡ଼ ପ୍ରତିଯୋଗିତା ଓ ବିଶ୍ୱର ବଡ଼ ବଡ଼ ଖେଳାଳିଙ୍କ ସହ ଖେଳିବାକୁ ଲକ୍ଷ୍ୟ ରଖିଥାଆନ୍ତି। ଏହି ଟୁର୍ଣ୍ଣାମେଣ୍ଟ ହିଁ ମୋତେ ଏହି ସୁଯୋଗ ଦେଇଛି। ମୁଁ ୱେଷ୍ଟର୍ଣ୍ଣ ଷ୍ଟର୍ମ ସମ୍ପର୍କରେ ବହୁତ ଭଲ କଥା ସ୍ମୃତି ମନ୍ଧାନାଙ୍କ ଠାରୁ ଶୁଣିଛି। ତେଣୁ ମୁଁ ଏହି ଦଳ ପକ୍ଷରୁ ଖେଳିବାର ସୁଯୋଗକୁ ଅପେକ୍ଷା କରି ରହିଛି।”

୨୧ ବର୍ଷୀୟ ଦୀପ୍ତି ୩୦ ଟି-୨୦ ମ୍ୟାଚ୍‌ରେ ୨୮ଟି ୱିକେଟ୍‌ ନେଇଛନ୍ତି। ସେହିପରି ୪୮ଟି ଦିନିକିଆରେ ୫୬ଟି ୱିକେଟ ଦଖଲ କରିଛନ୍ତି। ତାଙ୍କ ଦିନିକିଆ ବ୍ୟାଟିଂ ହାର ୪୧.୮୧ ରହିଛି।

Related story