ଟି-୨୦ରେ ଆଲିସା ହିଲିଙ୍କ ବିଶ୍ୱ ରେକର୍ଡ

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସଓମ୍ୟାନ୍ ଆଲିସା ହିଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର ସିଡନୀ ଓଭାଲରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୪୮ ରନର ଅପରାଜିତ ଇନିଂସ୍ ଖେଳିଛନ୍ତି, ଯାହାକି ମହିଳା ଟି-୨୦ କ୍ରିକେଟରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ହିଲି ମଧ୍ୟ ମାତ୍ର ୪୬ ବଲରେ ନିଜର ଶତକ ପୂରଣ କରିଥିଲେ, ଯାହା ଟି-୨୦ ଇତିହାସର ଦ୍ୱିତୀୟ […]

healy

Ranjit Kumar Jena
  • Published: Wednesday, 02 October 2019
  • , Updated: 02 October 2019, 05:32 PM IST

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସଓମ୍ୟାନ୍ ଆଲିସା ହିଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର ସିଡନୀ ଓଭାଲରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୪୮ ରନର ଅପରାଜିତ ଇନିଂସ୍ ଖେଳିଛନ୍ତି, ଯାହାକି ମହିଳା ଟି-୨୦ କ୍ରିକେଟରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ହିଲି ମଧ୍ୟ ମାତ୍ର ୪୬ ବଲରେ ନିଜର ଶତକ ପୂରଣ କରିଥିଲେ, ଯାହା ଟି-୨୦ ଇତିହାସର ଦ୍ୱିତୀୟ ଦ୍ରୁତ ଶତକ। ହିଲି ନିଜର ଦେଶର ମେଗ୍ ଲାନିଙ୍ଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଲାନିଙ୍ଗ ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୩୩ ରନ୍ କରିଥିଲେ। ହିଲି ନିଜର ବିସ୍ଫୋରକ ଇନିଂସରେ ୧୯ ଚୌକା ଓ ୭ ଛକା ମାରିଛନ୍ତି। ତାଙ୍କର ଏହି ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ୨ ୱିକେଟ୍ ହରାଇ ୨୨୬ ରନ୍ କରିଥିଲା।

ଟିମ୍ ପକ୍ଷରୁ ବେଥ ମୁନୀ ୧୪, ରାଚେଲ୍ ହେନ୍ସ ୪୧ ଓ କ୍ୟାପଟେନ୍ ଲାନିଙ୍ଗ୍ ଅପରାଜିତ ୧୦ ରନ୍ କରିଥିଲେ। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୯୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ କ୍ୟାପଟେନ୍ ଚମାରି ଅଟ୍ଟାପଟ୍ଟୁ ସର୍ବାଧିକ ୩୦ ଓ ହର୍ଶିତା ମାଦବୀ ୨୮ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନିକୋଲା କ୍ୟାରୀ ୧୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

Related story