ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: ରୌପ୍ୟ ଜିତିଲେ ଅମିତ୍ ପଙ୍ଘାଲ

ଏକାଟେରିନାବର୍ଗ (ରୁଷ୍): ଭାରତୀୟ ବକ୍ସର ଅମିତ୍ ପଙ୍ଘାଲ ଚଳିତ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତି ଅଭିଯାନ ଶେଷ କରିଛନ୍ତି। ଶନିବାର ୫୨ କେଜି ବର୍ଗର ଫାଇନାଲରେ ସେ ଅଲିମ୍ପିକ୍ ଚାମ୍ପିୟନ୍ ଉଜବେକିସ୍ତାନର ଶାଖୋବିଦିନ୍ ଜୋଇରୋଭଙ୍କଠାରୁ ୦-୫ ପରାସ୍ତ ହୋଇଛନ୍ତି। ଫାଇନାଲରେ ମୁକାବିଲାରେ ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଏହି ପରାଜୟ ସହ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିବାରେ ଅମିତ୍ ପ୍ରଥମ ଭାରତୀୟ ବକ୍ସର ହୋଇଛନ୍ତି। ଏହାଛଡ଼ା ଚଳିତ ସଂସ୍କରଣରେ ଭାରତ […]

amit

Ranjit Kumar Jena
  • Published: Saturday, 21 September 2019
  • , Updated: 21 September 2019, 08:42 PM IST

ଏକାଟେରିନାବର୍ଗ (ରୁଷ୍): ଭାରତୀୟ ବକ୍ସର ଅମିତ୍ ପଙ୍ଘାଲ ଚଳିତ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତି ଅଭିଯାନ ଶେଷ କରିଛନ୍ତି। ଶନିବାର ୫୨ କେଜି ବର୍ଗର ଫାଇନାଲରେ ସେ ଅଲିମ୍ପିକ୍ ଚାମ୍ପିୟନ୍ ଉଜବେକିସ୍ତାନର ଶାଖୋବିଦିନ୍ ଜୋଇରୋଭଙ୍କଠାରୁ ୦-୫ ପରାସ୍ତ ହୋଇଛନ୍ତି। ଫାଇନାଲରେ ମୁକାବିଲାରେ ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଏହି ପରାଜୟ ସହ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିବାରେ ଅମିତ୍ ପ୍ରଥମ ଭାରତୀୟ ବକ୍ସର ହୋଇଛନ୍ତି।

ଏହାଛଡ଼ା ଚଳିତ ସଂସ୍କରଣରେ ଭାରତ ଦୁଇଟି ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ମନିଷ କୌଶିକ୍ (୬୩ କେଜି) ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏସିଆନ୍ ଗେମ୍ସ ଏବଂ ଏସିଆନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଅମିତଙ୍କ ପାଇଁ ଏହା ଐତିହାସିକ ଉପଲବ୍ଧି। ଭାରତ କେବେବି ବିଶ୍ୱ ଚାମ୍ପିୟନଶିପର କୌଣସି ଗୋଟିଏ ସଂସ୍କରଣରେ ଗୋଟିଏରୁ ଅଧିକ ବ୍ରୋଞ୍ଜ ପଦକ ଜିତିନଥିଲା। ଏହା ପୂର୍ବରୁ ବିଜେନ୍ଦର ସିଂହ (୨୦୦୯), ବିକାଶ କ୍ରିଷ୍ଣା (୨୦୧୧), ଶିବ ଥାପା (୨୦୧୫) ଓ ଗୌରବ ବିଧୁରୀ (୨୦୧୭) ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଅମିତ୍ ଯେଉଁଭଳି ଫର୍ମରେ ଥିଲେ, ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା। କିନ୍ତୁ ଜୋଇରୋଭ୍ ନିଜର ଚମତ୍କାର ପ୍ରଦର୍ଶନ ଦ୍ୱାରା ଅମିତଙ୍କୁ ହରାଇବାରେ ସଫଳ ହୋଇଛନ୍ତି। ହେଲେ ଅମିତ୍ ଉଜବେକିସ୍ତାନର ବକ୍ସରଙ୍କ ବିରୋଧରେ ଜବରଦସ୍ତ ଲଢ଼ିଥିଲେ। ସେ ଆରମ୍ଭରୁ ଡିଫେନ୍ସିଭ୍ ଭାବେ ଲଢ଼ିଥିଲେ । କିନ୍ତୁ ଜୋଇରୋଭ୍ ଅମିତଙ୍କ ଭୁଲକୁ ଅପେକ୍ଷା କରି ରହିଥିଲେ। ଏହା ମଧ୍ୟ ଉଭୟ ବକ୍ସର ପରସ୍ପରକୁ କିଛି ଭଲ ପଞ୍ଚ୍ ମଧ୍ୟ ମାରିଥିଲେ। ତେବେ ଅମିତଙ୍କ ପଞ୍ଚ୍ ସଠିକ୍ ଜାଗାରେ ବାଜିନଥିଲା। ଜୋଇରୋଜ୍ ଡାହାଣ ଜ୍ୟାବର ସଠିକ୍ ବ୍ୟବହାର କରି କିଛି ଭଲ ପଞ୍ଚ୍ ମାରିଥିଲେ। ଏହିପରି ଭାବେ ଜାଇରୋଭ୍ ମୁକାବିଲାକୁ ଜିତି ନେଇଥିଲେ।

Related story