ସିନିୟର ଦୌଡ଼କୁଦରେ ଅମିୟ ଓ ଶ୍ରାବଣୀଙ୍କ ଦବ୍‌ଦବା: ଦୁଇଶହ ମିଟର୍‌ ରେସ୍‌ରେ ଉଭୟଙ୍କୁ ସ୍ୱର୍ଣ୍ଣ

ଗୁଣ୍ଟୁର: ଆନ୍ଧ୍ର ଗୁଣ୍ଟୁରରେ ଚାଲିଥିବା ଜାତୀୟ ସିନିୟର ଦୌଡ଼କୁଦରେ ଓଡିଆ ଆଥଲେଟ୍‌ଙ୍କ ଦବଦବା ଜାରି। ଆଥଲେଟ୍‌ ଅମିୟ ମଲ୍ଲିକ, ଶ୍ରାବଣୀ ନନ୍ଦ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୦ ମିଟର ଦୌଡ଼ରେ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖି ଅମିୟ ମଲ୍ଲିକ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସେହିପରି ମହିଳା ୨୦୦ ମିଟର ରେସ୍‌ରେ ଶ୍ରାବଣୀ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ। ଅଳ୍ପଦିନ ପୂର୍ବରୁ ଭୁବନେଶ୍ୱରରେ ଶେଷ ହୋଇଥିବା ଏସିଆନ ଆଥଲେଟିକ୍‌ […]

Srabani-Nanda-and-Amiya-Mal

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 08:43 PM IST

ଗୁଣ୍ଟୁର: ଆନ୍ଧ୍ର ଗୁଣ୍ଟୁରରେ ଚାଲିଥିବା ଜାତୀୟ ସିନିୟର ଦୌଡ଼କୁଦରେ ଓଡିଆ ଆଥଲେଟ୍‌ଙ୍କ ଦବଦବା ଜାରି। ଆଥଲେଟ୍‌ ଅମିୟ ମଲ୍ଲିକ, ଶ୍ରାବଣୀ ନନ୍ଦ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୦ ମିଟର ଦୌଡ଼ରେ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖି ଅମିୟ ମଲ୍ଲିକ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ସେହିପରି ମହିଳା ୨୦୦ ମିଟର ରେସ୍‌ରେ ଶ୍ରାବଣୀ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ। ଅଳ୍ପଦିନ ପୂର୍ବରୁ ଭୁବନେଶ୍ୱରରେ ଶେଷ ହୋଇଥିବା ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଅମିୟ ଦୁଇଟି ଇଭେଣ୍ଟରେ ଡିସ୍‌କ୍ୟୁଲିଫାୟ ହୋଇ ନିରଶ ହୋଇଥିବା ବେଳେ ଶ୍ରାବଣୀ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ।

Related story