୨୦୦ ମିଟର ଫାଇନାଲ୍‌ରେ ଅମିୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ର ପୁରୁଷ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଓଡ଼ିଆ ଧାବକ ଅମିୟ କୁମାର ମଲ୍ଲିକ। ୧୦୦ ମିଟର ଦୌଡ଼ରେ ସେମି ଫାଇନାଲ୍‌ରେ ଅଟକି ଯାଇଥିବା ଅମିୟ ରାଜ୍ୟକୁ ଆଜି ପଦକ ଦେବେ ବୋଲି ଆଶା ସଞ୍ଚାର ହୋଇଛି। ଆଜି ସନ୍ଧ୍ୟାରେ ପୁରୁଷ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲ୍ ଅନୁଷ୍ଠିତ ହେବ। ୨୦୦ ମିଟର ବର୍ଗରେ […]

amiya

Jitendra Garnayak
  • Published: Friday, 28 September 2018
  • , Updated: 28 September 2018, 08:29 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ର ପୁରୁଷ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଓଡ଼ିଆ ଧାବକ ଅମିୟ କୁମାର ମଲ୍ଲିକ।

୧୦୦ ମିଟର ଦୌଡ଼ରେ ସେମି ଫାଇନାଲ୍‌ରେ ଅଟକି ଯାଇଥିବା ଅମିୟ ରାଜ୍ୟକୁ ଆଜି ପଦକ ଦେବେ ବୋଲି ଆଶା ସଞ୍ଚାର ହୋଇଛି। ଆଜି ସନ୍ଧ୍ୟାରେ ପୁରୁଷ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲ୍ ଅନୁଷ୍ଠିତ ହେବ।

୨୦୦ ମିଟର ବର୍ଗରେ ନିଜ ହିଟ୍‌ରେ ପ୍ରଥମ ସ୍ଥାନରେ ରହି ଅମିୟ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏହି ଦୂରତା ଅତିକ୍ରମ କରିବାକୁ ସେ ୨୧.୭୧ ସେକେଣ୍ଡ ସମୟ ନେଇଥିଲେ।

ସେମି ଫାଇନାଲ୍‌ରେ ନିଜ ହିଟ୍‌ରେ ତୃତୀୟ ସ୍ଥାନରେ ରହି ସେ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେମି ଫାଇନାଲ୍‌ରେ ତାଙ୍କୁ ୨୦୦ ମିଟର ଅତିକ୍ରମ କରିବାକୁ ୨୧.୬୫ ସେକେଣ୍ଡ ଲାଗିଥିଲା।

Related story