ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ୬ ସ୍ୱର୍ଣ୍ଣ ସହ ଗୁରୁ ନାନକ ଦେବ ୟୁନିଭର୍ସିଟି ଶୀର୍ଷରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟି (ଜିଏନଡିୟୁ) ପଦକ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଜିଏନଡିୟୁକୁ କଡ଼ା ଚ୍ୟାଲେଞ୍ଜ ଦେଇଛି ଚଣ୍ଡିଗଡ଼ର ପଞ୍ଜାବ ୟୁନିଭର୍ସିଟି। ଜିଏନଡିୟୁ ୬ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ମୋଟ ୧୧ ପଦକ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ପଞ୍ଜାବ ୟୁନିଭର୍ସିଟି ୫ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ […]

khelo

Ranjit Kumar Jena
  • Published: Monday, 24 February 2020
  • , Updated: 24 February 2020, 10:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟି (ଜିଏନଡିୟୁ) ପଦକ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଜିଏନଡିୟୁକୁ କଡ଼ା ଚ୍ୟାଲେଞ୍ଜ ଦେଇଛି ଚଣ୍ଡିଗଡ଼ର ପଞ୍ଜାବ ୟୁନିଭର୍ସିଟି। ଜିଏନଡିୟୁ ୬ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ମୋଟ ୧୧ ପଦକ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ପଞ୍ଜାବ ୟୁନିଭର୍ସିଟି ୫ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ୧୬ ପଦକ ଜିତି ଦ୍ୱିତୀୟ, କର୍ଣ୍ଣାଟକାର ଜୈନ୍ ୟୁନିଭର୍ସିଟି ୭ (୪ ସ୍ୱର୍ଣ୍ଣ, ୩ ରୌପ୍ୟ) ସହ ତୃତୀୟ, ମହାରାଷ୍ଟ୍ରର ସାବିତ୍ରୀ ଫୁଲେ ପୁନେ ୟୁନିଭର୍ସିଟି ୮ (୪ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ) ପଦକ ସହ ଚତୁର୍ଥ ସ୍ଥାନରେ ରହିଛି।

ଜିଏନ୍‌ଡିୟୁର ଏପି ଓ ସାବରେ ବୟେଜ୍ ଫେନସିଂ ଟିମ୍ ସମସ୍ତ ୬ଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପଞ୍ଜାବ ୟୁନିଭର୍ସିଟିର ଅନୁରାଗ ଡଗର ୨ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୪ ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଟିମ୍‌ର ବିଜୟର ନେତୃତ୍ୱ ନେଇଥିବା ଅନୁରାଗ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍ କ୍ରାଉନ୍ ହାତେଇଛନ୍ତି। ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିର ମିହିର ଆମ୍ବ୍ରେ ଓ ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଥ ସାଇନ୍ସେସର ଦାମିନି ଗୌଡ ମଧ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସୋମବାର ତୀରନ୍ଦାଜୀରେ ପ୍ରିୟଙ୍କା ଠାକରନ୍ (ମହର୍ଷି ଦୟାନନ୍ଦ ୟୁନିଭର୍ସିଟି, ରୋହତକ), ୱାର୍ଲ୍ଡ କ୍ୟାଡେଟ୍ ରିକର୍ଭ ଚାମ୍ପିୟନ୍ କୋମୋଲିକା ବାରି (କୋଲ୍‌ହାନ ୟୁନିଭର୍ସିଟି)ଙ୍କୁ ସେମିଫାଇନାଲରେ ପରାସ୍ତ କରିଛନ୍ତି। ସେହିପରି ଆୟୋଜକ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌)ର ରଞ୍ଜିତ ନାୟକ ପୁରୁଷ ରିକର୍ଭ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ରଞ୍ଜିତ ପଟିଆଲାର ପଞ୍ଜାବୀ ୟୁନିଭର୍ସିଟିର ଉତ୍କର୍ଷଙ୍କୁ ଭେଟିବେ। ଉତ୍କର୍ଷ ସେମିଫାଇନାଲରେ ସାବିତ୍ରୀବାଇ ଫୁଲେ ପୁନେ ୟୁନଭର୍ସିଟିର ଗୌରବ ଲାମ୍ବେଙ୍କୁ ହରାଇଥିଲେ।

ବାସ୍କେଟବଲ୍‌: ପୁରୁଷ ଇଭେଣ୍ଟର ଫାଇନାଲରେ ୟୁନିଭର୍ସିଟି ଅଫ୍ ମାଡ୍ରାସ ୧୦୪-୯୧ ପଏଣ୍ଟରେ ୟୁନିଭର୍ସିଟି ଅଫ୍ ମୁମ୍ବାଇକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ମାଡ୍ରାସ ପକ୍ଷରୁ ଅରବିନ୍ଦ କୁମାର ୩୪, ଇ. ଅନନ୍ତରାଜ ୧୪, ଅଜିତ୍ କୁମରେ ୧୨ ଓ ଆର୍‌. ଆକାଶ ୧୦ ପଏଣ୍ଟ ହାସଲ କରିଥିଲେ। ସେହିପରି ମୁମ୍ବାଇ ପକ୍ଷରୁ ଆଶଲେ ମଣ୍ଟେରିଓ ୨୬, କେ. କପୁର ୨୨, ଫୌଜାନ୍ ଶେଖ୍ ୧୪ ଓ ଋଷଭ କପୁର ୧୩ ପଏଣ୍ଟ ଅର୍ଜନ କରିଥିଲେ।

Related story