ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରୁ ଆନ୍ଦ୍ରେ ରସେଲ ବାଦ୍‌

ଆଣ୍ଟିଗୁଆ: ବ୍ୟକ୍ତିଗତ କାରଣ ଯୋଗୁଁ ପାକିସ୍ତାନ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ। ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି,“ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ଦଳରେ ଆନ୍ଦ୍ରେ ରସେଲ ଜଣେ ପ୍ରମୁଖ ସଦସ୍ୟ ଥିଲେ। କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ ନାହିଁ ବୋଲି କହିଛନ୍ତି। ଆମେ ତାଙ୍କ ବଦଳରେ କେ.ୱିଲିୟମଙ୍କୁ ଦଳରେ ସ୍ଥାନ ଦେଇଛୁ।” […]

andre-russell

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 06:21 PM IST

ଆଣ୍ଟିଗୁଆ: ବ୍ୟକ୍ତିଗତ କାରଣ ଯୋଗୁଁ ପାକିସ୍ତାନ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ।

ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି,“ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ଦଳରେ ଆନ୍ଦ୍ରେ ରସେଲ ଜଣେ ପ୍ରମୁଖ ସଦସ୍ୟ ଥିଲେ। କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବେ ନାହିଁ ବୋଲି କହିଛନ୍ତି। ଆମେ ତାଙ୍କ ବଦଳରେ କେ.ୱିଲିୟମଙ୍କୁ ଦଳରେ ସ୍ଥାନ ଦେଇଛୁ।”

ସେପ୍ଟେମ୍ବର ୨୩ରେ ଦୁବାଇରେ ହେବାକୁଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ରସେଲଙ୍କ ବଦଳରେ ଦଳ ଫାଷ୍ଟ ବୋଲର କେ.ୱିଲିୟମଙ୍କୁ ସ୍ଥାନ ଦେଇଛି ୱେଷ୍ଟଇଣ୍ଡିଜ। କାରିବିଆନ୍‌ ପ୍ରିମିୟର ଲିଗ୍‌ରେ ଜାମାଇକା ତାଲ୍ଲାୱାସ୍‌ ପକ୍ଷରୁ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୱିଲିୟମ।

Related story