ଏହି ବିରଳ ରେକର୍ଡରେ ସାମିଲ ହେଲେ ଶ୍ରୀଲଙ୍କା ଖେଳାଳି

କଲମ୍ବୋ: ଶ୍ରୀଲଙ୍କାର ଯୁବ ଖେଳାଳି ଆଞ୍ଜେଲୋ ପେରରା ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଏକ ବରିଳ ରେକର୍ଡ କରିଛନ୍ତି। ସେ ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ଦୀର୍ଘ ୮୦ ବର୍ଷ ତଳେ ସ୍ଥାପନ ହୋଇଥିବା ରେକର୍ଡର ସମକକ୍ଷ ହୋଇଛନ୍ତି। କଲମ୍ବୋ ଅକ୍ଷାତ କ୍ରିକେଟ୍‌ କ୍ଲବ(ଏନ୍‌ସିସି)ର କ୍ୟାପ୍ଟେନ୍‌ ଆଞ୍ଜେଲୋ ପେରରା ପ୍ରଥମ ଶ୍ରେଣୀର ଗୋଟିଏ ମ୍ୟାଚ୍‌ର ଦୁଇଟି ଯାକ ଇନିଂସ୍‌ରେ ଡବଲ୍‌ ଟନ୍‌ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୨୦୧ ରନ୍‌ ଓ ଦ୍ୱିତୀୟ ଇନିଂସରେ ୨୩୧ରନ୍‌ କରିଛନ୍ତି। […]

f

Hemant Lenka
  • Published: Monday, 04 February 2019
  • , Updated: 04 February 2019, 08:48 PM IST

କଲମ୍ବୋ: ଶ୍ରୀଲଙ୍କାର ଯୁବ ଖେଳାଳି ଆଞ୍ଜେଲୋ ପେରରା ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଏକ ବରିଳ ରେକର୍ଡ କରିଛନ୍ତି। ସେ ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ଦୀର୍ଘ ୮୦ ବର୍ଷ ତଳେ ସ୍ଥାପନ ହୋଇଥିବା ରେକର୍ଡର ସମକକ୍ଷ ହୋଇଛନ୍ତି।

କଲମ୍ବୋ ଅକ୍ଷାତ କ୍ରିକେଟ୍‌ କ୍ଲବ(ଏନ୍‌ସିସି)ର କ୍ୟାପ୍ଟେନ୍‌ ଆଞ୍ଜେଲୋ ପେରରା ପ୍ରଥମ ଶ୍ରେଣୀର ଗୋଟିଏ ମ୍ୟାଚ୍‌ର ଦୁଇଟି ଯାକ ଇନିଂସ୍‌ରେ ଡବଲ୍‌ ଟନ୍‌ ହାସଲ କରିଛନ୍ତି।

ପ୍ରଥମ ଇନିଂସରେ ସେ ୨୦୧ ରନ୍‌ ଓ ଦ୍ୱିତୀୟ ଇନିଂସରେ ୨୩୧ରନ୍‌ କରିଛନ୍ତି। ପୂର୍ବରୁ ୧୯୩୮ ମସିହାରେ ଇଂଲିଶ ବ୍ୟାଟସ୍‌ମ୍ୟାନ୍‌ ଅର୍ଥର ଫାଗ ଏକ ପ୍ରଥମ ଶ୍ରେଣୀର ମ୍ୟାଚ୍‌ରେ ୨୪୪ ଓ ୨୦୨ ରନ୍‌ ଇନିଂସ ଖେଳିଥିଲେ। ସେବେଠାରୁ ବିଶ୍ୱର କୌଣସି ଖେଳାଳି ଏଭଳି ଦୁଇଟି ଇନିଂସରେ ଦୁଇଟି ଶତକ ହାସଲ କରିପାରି ନଥିଲେ।

ଦଳ ପକ୍ଷରୁ ୫ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୨୮ ବର୍ଷୀୟ ପେରରା ପ୍ରଥମ ଇନିଂସ୍‌ରେ ୨୦୩ ବଲ୍‌ରେ ୨୦୧ ରନ୍‌ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସ୍‌ରେ ସେ ୨୫୬ ବଲ୍‌ରେ ୨୩୧ ରନ୍‌ ହାସଲ କରିଛନ୍ତି।

Related story