ଅଣ୍ଡର୍‌-୧୯ ବିଶ୍ୱକପ୍‌: ଅମ୍ପାୟାର ତାଲିକାରେ ଭାରତରୁ ଜଣେ

ଦୁବାଇ: ଦକ୍ଷିଣ ଆଫ୍ରିକାରେ ଜାନୁଆରୀ ୧୭ ତାରିଖରୁ ହେବାକୁଥିବା ଆଗାମୀ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୬ଜଣିଆ ଅମ୍ପାୟାର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଅନୀଲ ଚୌଧୁରୀ ସ୍ଥାନ ପାଇଛନ୍ତି। ୫୪ ବର୍ଷୀୟ ଚୌଧୁରୀ ଏପର୍ଯ୍ୟନ୍ତ ୨୦ ଦିନିକିଆ ଓ ୨୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି, ଯେଉଁଥିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ଚାଲିଥିବା ସିରିଜ୍ ସାମିଲ୍ ଅଛି। ଦିଲ୍ଲୀର ଏହି ଅଫିସିଆଲ୍ସ ଅନେକ ଅଣ୍ଡର-୧୯ ବିଶ୍ୱକପ୍ […]

anil

Ranjit Kumar Jena
  • Published: Wednesday, 08 January 2020
  • , Updated: 08 January 2020, 08:47 PM IST

ଦୁବାଇ: ଦକ୍ଷିଣ ଆଫ୍ରିକାରେ ଜାନୁଆରୀ ୧୭ ତାରିଖରୁ ହେବାକୁଥିବା ଆଗାମୀ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୬ଜଣିଆ ଅମ୍ପାୟାର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବେ ଅନୀଲ ଚୌଧୁରୀ ସ୍ଥାନ ପାଇଛନ୍ତି। ୫୪ ବର୍ଷୀୟ ଚୌଧୁରୀ ଏପର୍ଯ୍ୟନ୍ତ ୨୦ ଦିନିକିଆ ଓ ୨୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି, ଯେଉଁଥିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନ ଚାଲିଥିବା ସିରିଜ୍ ସାମିଲ୍ ଅଛି।

ଦିଲ୍ଲୀର ଏହି ଅଫିସିଆଲ୍ସ ଅନେକ ଅଣ୍ଡର-୧୯ ବିଶ୍ୱକପ୍ ମ୍ୟାଚରେ ମଧ୍ୟ ଅମ୍ପାୟାରିଂ କରିସାରିଛନ୍ତି। ଆଇସିସି ମିଡିଆ ରିଲିଜ୍ ଅନୁଯାୟୀ ଅଭିଜ୍ଞ ଇଆନ୍ ଗୋଲ୍ଡ ବ୍ଲୋଏମଫୋଣ୍ଡେନରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ପ୍ରଥମ ମ୍ୟାଚରେ ଅମ୍ପାୟାରିଂ କରିବେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦେଶର ୧୬ଜଣ ଅମ୍ପାୟାର ଅଣ୍ଡର-୧୯ ବିଶ୍ୱକର ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଲେଖାଏ ମ୍ୟାଚରେ ଅମ୍ପାୟାରିଂ କରିବେ।

ଅମ୍ପାୟାର ତାଲିକା: ରୋଲାଣ୍ଡ ବ୍ଲାକ୍‌, ଅହମ୍ମଦ ଶାହ ପାକତୀନ୍‌, ସାମ୍ ନୋଗାଜସ୍କି, ଶାଫୁଦୁଲ୍ଲା ଇବନେ ଶାହିଦ୍‌, ଇଆନ୍ ଗୋଲ୍ଡ, ୱେନ୍ ନାଇଟ୍ସ, ରଶିଦ୍ ରିଆଜ୍ ୱକାର, ଅନୀଲ ଚୌଧୁରୀ, ପ୍ୟାଟ୍ରିକ୍ ବୋଙ୍ଗାନି ଜେଲେ, ଇକନୋ ଚାବି, ନାଇଜେଲ ଡୁଗୁଡ୍‌, ରବିନ୍ଦ୍ର ୱିମାଲାସିରି, ମସୁଦୁର ରେହମାନ୍ ମୁକୁଲ, ଆସିଫ୍ ୟାକୁବ୍‌, ଲେସଲୀ ରିଫର, ଆଡ୍ରିଆନ୍ ହୋଲ୍ଡଷ୍ଟକ୍।

Related story