ଭୁବନେଶ୍ୱରରେ କୁମ୍ବଲେ, ରୋହିତ ଓ ବିରାଟଙ୍କ ମଧ୍ୟରେ କିଏ ଭଲ ତା’ର ଉତ୍ତର ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଓଡ଼ିଶା ନଲେଜ୍ ହବ୍ ବତ୍କୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର କ୍ରୀଡ଼ା ଓ କ୍ରୀ଼ଡ଼ାର ବିକାଶ ଦିଗରେ ଗୁରୁତ୍ୱାରୋ କରିଛନ୍ତି। ସେ କହିଛନ୍ତି,  ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି ତ୍ରୁଣମୂଳ ସ୍ତରରେ ଅଧିକ ପ୍ରତିଯୋଗିତାର ଆବଶ୍ୟକତା ରହିଛି। କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ କୁମ୍ବଲେ ପ୍ରଶଂସା କରିଛନ୍ତି। ଓଡ଼ିଶାରେ କ୍ରୀଡ଼ାର ବିକାଶ ହେଉଥିବାରୁ ଆଗାମୀ ଦିନରେ […]

c

Hemant Lenka
  • Published: Saturday, 04 January 2020
  • , Updated: 05 January 2020, 07:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଓଡ଼ିଶା ନଲେଜ୍ ହବ୍ ବତ୍କୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର କ୍ରୀଡ଼ା ଓ କ୍ରୀ଼ଡ଼ାର ବିକାଶ ଦିଗରେ ଗୁରୁତ୍ୱାରୋ କରିଛନ୍ତି। ସେ କହିଛନ୍ତି,  ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି ତ୍ରୁଣମୂଳ ସ୍ତରରେ ଅଧିକ ପ୍ରତିଯୋଗିତାର ଆବଶ୍ୟକତା ରହିଛି।

କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ କୁମ୍ବଲେ ପ୍ରଶଂସା କରିଛନ୍ତି। ଓଡ଼ିଶାରେ କ୍ରୀଡ଼ାର ବିକାଶ ହେଉଥିବାରୁ ଆଗାମୀ ଦିନରେ ଏଠାରୁ ବହୁ ସଫଳ କ୍ରୀଡ଼ାବିତ ସୃଷ୍ଟି ହେବେ। ଏଥିସହ ଓଡ଼ିଶାରୁ ଯାଇ ଦେଶର ନାଁ ରଖିବେ ବୋଲି ସେ କହିଛନ୍ତି।

ସେହିଭଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ କିଏ ଭଲ ଅଧିନାୟକ ବୋଲି ପ୍ରଶ୍ନର ଉତ୍ତର ଦେଇ କୁମ୍ବଲେ କହିଛନ୍ତି, “ଉଭୟଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ରହିଛି। ଉଭୟଙ୍କ କ୍ୟାପ୍ଟେନଶିପରେ କୌଣସି ବି ପାର୍ଥକ୍ୟ ନାହିଁ।  ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ସେ ବେଶ ଚତୁରତାର ସହ ଏଡ଼ାଇ ଯାଇଥିଲେ।

Related story