ଅଙ୍କିତା ରାଇନାଙ୍କ ପାଇଁ ଫେଡ କପରେ ଭାରତ ରଚିଲା ଇତିହାସ

ଦୁବାଇ: ଫେଡ କପ ଖେଳୁଥିବା ଭାରତୀୟ ଟିମ୍‌ ଇତିହାସ ସୃଷ୍ଟି କରି ପ୍ରଥମଥର ପାଇଁ ଟୁର୍ଣ୍ଣାମେଣ୍ଟର ଫ୍ଳେ-ଅଫରେ ପ୍ରବେଶ କରିଛି। ଯୁବ ଟେନିସ ତାରକା ଅଙ୍କିତା ରାଇନା ଜବରଦସ୍ତ ପ୍ରଦର୍ଶନ କରି ୨-୧ରେ ଇଣ୍ଡୋନେସିଆକୁ ହରାଇବାରୁ ଭାରତ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି। ଅଙ୍କିତା ଗୁରୁତ୍ୱପୂର୍ଣ୍ଣ ସିଙ୍ଗଲ ମ୍ୟାଚ୍‌ରେ ଇଣ୍ଡୋନେସିଆର ଅଲଦିଲା ସୁତଜିଆଦିଙ୍କୁ ପରାସ୍ତ କରି ସ୍ଥିତି ୧-୧ କରିଦେଇଥିଲେ। ଏହାପୂର୍ବରୁ ଭାରତର ଋତୁଜା ଭୋସଲେ ଇଣ୍ଡୋନେସିଆର ପ୍ରିସ୍କା ମାଡଲେୟନ ନୁଗ୍ରୋହୋଙ୍କ ଠାରୁ ହାରି ଯାଇଥିଲେ। ଋତୁଜା […]

dvx

Hemant Lenka
  • Published: Sunday, 08 March 2020
  • , Updated: 08 March 2020, 06:16 PM IST

ଦୁବାଇ: ଫେଡ କପ ଖେଳୁଥିବା ଭାରତୀୟ ଟିମ୍‌ ଇତିହାସ ସୃଷ୍ଟି କରି ପ୍ରଥମଥର ପାଇଁ ଟୁର୍ଣ୍ଣାମେଣ୍ଟର ଫ୍ଳେ-ଅଫରେ ପ୍ରବେଶ କରିଛି। ଯୁବ ଟେନିସ ତାରକା ଅଙ୍କିତା ରାଇନା ଜବରଦସ୍ତ ପ୍ରଦର୍ଶନ କରି ୨-୧ରେ ଇଣ୍ଡୋନେସିଆକୁ ହରାଇବାରୁ ଭାରତ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି।

ଅଙ୍କିତା ଗୁରୁତ୍ୱପୂର୍ଣ୍ଣ ସିଙ୍ଗଲ ମ୍ୟାଚ୍‌ରେ ଇଣ୍ଡୋନେସିଆର ଅଲଦିଲା ସୁତଜିଆଦିଙ୍କୁ ପରାସ୍ତ କରି ସ୍ଥିତି ୧-୧ କରିଦେଇଥିଲେ। ଏହାପୂର୍ବରୁ ଭାରତର ଋତୁଜା ଭୋସଲେ ଇଣ୍ଡୋନେସିଆର ପ୍ରିସ୍କା ମାଡଲେୟନ ନୁଗ୍ରୋହୋଙ୍କ ଠାରୁ ହାରି ଯାଇଥିଲେ।

ଋତୁଜା ପ୍ରଥମ ସିଙ୍ଗଲ୍ସରେ ପ୍ରିସ୍କାଙ୍କ ଠାରୁ ୩-୬, ୬-୦ ଓ ୩-୬ରେ ହାରି ଯାଇଥିଲେ। ଏହାର ପରବର୍ତ୍ତୀ ମୁକାବିଲା ଭାରତ ପାଇଁ ଜିତିବା ନିହାତି ଦରକାର ଥିଲା। ଏହି ମୁକାବିଲାରେ ଅଙ୍କିତା ଜବରଦସ୍ତ ପ୍ରଦର୍ଶନ କରି ସୁତଜିଆଦିଙ୍କୁ ୬-୩ ଓ ୬-୩ରେ ପରାସ୍ତ କରିଥିଲେ।

ଏହି ବିଜୟ ପରେ ସ୍ଥିତି ୧-୧ରେ ବରାବର ହୋଇଯାଇଥିଲା। ଶେଷରେ ଅଙ୍କିତା ଓ ସାନିଆ ମିର୍ଜାଙ୍କ ଯୋଡ଼ି ସୁତଜିଆଦି ଏବଂ ପ୍ରିସ୍କାଙ୍କୁ ଡବଲ୍ସ ଗେମ୍‌ରେ ପରାସ୍ତ କରିଥିଲେ। ଭାରତୀୟ ଯୋଡ଼ି ଏହି ମ୍ୟାଚ୍‌କୁ ୭-୬(୪) ଓ ୬-୦ରେ ଜିତି ଫ୍ଲେ-ଅଫକୁ ପ୍ରବେଶ କରିଥିଲେ।

Related story