୨୮ରୁ ଆନ୍ତଃଜିଲ୍ଲା ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ଟିଟିଲାଗଡ଼: ଆସନ୍ତା ୨୮ ତାରିଖରୁ ଟିଟିଲାଗଡ ବ୍ଲକ ଖୋଲାଣ ଓ କେନ୍ଦୁଝରରେ ସିନିୟର ଆନ୍ତଃଜିଲ୍ଲା ମହିଳା ପିସି ବେହେରା ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଦ୍ୱାରଶୁଣି ଡେଭଲପମେଣ୍ଟ ସୋସାଇଟି ଖୋଲାଣ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝରର ୯ଟି ଓ ଖୋଲାଣର ୧୦ଟି ମହିଳା ଫୁଟବଲ ଦଳ ଭାଗ ନେବେ। ଫାଇନାଲ ମ୍ୟାଚ ୪ ତାରିଖରେ ଖୋଲାଣରେ ଆୟୋଜିତ ହେବ। ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ବିଧାୟିକା ଟୁକୁନି […]

titilagarh

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 06:53 PM IST

ଟିଟିଲାଗଡ଼: ଆସନ୍ତା ୨୮ ତାରିଖରୁ ଟିଟିଲାଗଡ ବ୍ଲକ ଖୋଲାଣ ଓ କେନ୍ଦୁଝରରେ ସିନିୟର ଆନ୍ତଃଜିଲ୍ଲା ମହିଳା ପିସି ବେହେରା ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଦ୍ୱାରଶୁଣି ଡେଭଲପମେଣ୍ଟ ସୋସାଇଟି ଖୋଲାଣ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝରର ୯ଟି ଓ ଖୋଲାଣର ୧୦ଟି ମହିଳା ଫୁଟବଲ ଦଳ ଭାଗ ନେବେ। ଫାଇନାଲ ମ୍ୟାଚ ୪ ତାରିଖରେ ଖୋଲାଣରେ ଆୟୋଜିତ ହେବ।

ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ କହିଛନ୍ତି,“ଟିଟିଲାଗଡ଼ ଅଞ୍ଚଳରେ ଖେଳର ବିକାଶ ପାଇଁ ଆସନ୍ତା ୨୮ ତାରିଖରୁ ଆନ୍ତଃଜିଲ୍ଲା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଯେପରି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।”

Related story