ପୋଲିସ ଆଗରେ ସବୁ ମାନିଗଲେ ଅରବାଜ୍‌ ଖାନ୍‌: IPL ବେଟିଂରେ ଅନେକ କଳାକାରଙ୍କ ଲିଙ୍କ୍‌ ସମ୍ଭାବନା

ବଢ଼ିଲା ଅରବାଜ୍ ଖାନ୍‌ଙ୍କ ପାଇଁ ଅଡ଼ୁଆ। ତାଙ୍କ ନାଁ ରେ ଆଇପିଏଲ ବେଟିଂ କରୁଥିବାର ଆଭିଯୋଗ ଆସିଛି। ଦିନେ କିମ୍ବା ଦୁଇ ଦିନ ନୁହଁ, ଦୀର୍ଘ  ୬ ବର୍ଷ ଧରି ଲଗାତାର ବେଟିଂ କରିଆସୁଥିଲେ ଅରବାଜ୍। ଥାଣେ ପୋଲିସ ସମ୍ମୁଖରେ ଏହା ସ୍ୱୀକାର କରିଛନ୍ତି ବଲିଉଡ୍ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଅରବାଜ୍ ଖାନ୍। ଆଜି ଥାଣେ କ୍ରାଇମବ୍ରାଞ୍ଚର ଆଣ୍ଟି ଏକ୍ସଟ୍ରୋସନ୍ ବିଭାଗ ୪ ଘଣ୍ଟାରୁ ଅଧିକ ସମୟ ଧରି ଅରବାଜଙ୍କୁ କରିଥିଲା ପଚରା ଉଚରା। ଶେଷରେ […]

edit arbaj

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 04:21 PM IST

ବଢ଼ିଲା ଅରବାଜ୍ ଖାନ୍‌ଙ୍କ ପାଇଁ ଅଡ଼ୁଆ। ତାଙ୍କ ନାଁ ରେ ଆଇପିଏଲ ବେଟିଂ କରୁଥିବାର ଆଭିଯୋଗ ଆସିଛି। ଦିନେ କିମ୍ବା ଦୁଇ ଦିନ ନୁହଁ, ଦୀର୍ଘ  ୬ ବର୍ଷ ଧରି ଲଗାତାର ବେଟିଂ କରିଆସୁଥିଲେ ଅରବାଜ୍। ଥାଣେ ପୋଲିସ ସମ୍ମୁଖରେ ଏହା ସ୍ୱୀକାର କରିଛନ୍ତି ବଲିଉଡ୍ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଅରବାଜ୍ ଖାନ୍। ଆଜି ଥାଣେ କ୍ରାଇମବ୍ରାଞ୍ଚର ଆଣ୍ଟି ଏକ୍ସଟ୍ରୋସନ୍ ବିଭାଗ ୪ ଘଣ୍ଟାରୁ ଅଧିକ ସମୟ ଧରି ଅରବାଜଙ୍କୁ କରିଥିଲା ପଚରା ଉଚରା। ଶେଷରେ ଆଇପିଏଲ୍ ବେଟିଂ ଘଟଣାକୁ ସ୍ୱୀକାର କରିଥିଲେ ସେ। ବୁକି ସୋନୁ ଜଲାନ୍ ଏବଂ ଅରବାଜ୍ ଖାନଙ୍କୁ ସମ୍ନା ସାମ୍ନି ବସାଇଥିଲା କ୍ରାଇମ୍‌ବ୍ରାଞ୍ଚ। ପରେ ସବୁ ସତ ଓଗାଲିଥିଲେ ଅରବାଜ୍। ଗତ ଆଇପିଏଲ୍ ସିଜନରେ ପ୍ରାୟ ୩ କୋଟି ଟଙ୍କା ହାରିଛନ୍ତି ଅରବାଜ୍। ସୋନୁ ଜଲାନଙ୍କୁ ଏସମସ୍ତ ଟଙ୍କା ସେ ଦେଇଥିବା କହିଛନ୍ତି। ତେବେ ଅରବାଜ୍‌ଙ୍କୁ ଅଧିକ ଟଙ୍କା ମାଗୁଥିଲା ସୋନୁ, ଏନେଇ ସୋନୁ ତାଙ୍କୁ ବାରମ୍ବାର ଧମକ ବି ଦେଉଥିବା ଅରବାଜ୍‌ କହିଛନ୍ତି।

ରିପୋର୍ଟ ଅନୁସାରେ ଅରବାଜ୍ ଏବଂ ସୋନୁ ଜଲାନ୍ ହେଉଛନ୍ତି ଘନିଷ୍ଠ ବନ୍ଧୁ। ବିଭିନ୍ନ ପାର୍ଟି ଏବଂ ବିଦେଶୀ ଟୁର୍‌ରେ ନଜର ଆସିଥାନ୍ତି ଉଭୟ। ତେବେ ବହୁ ପୂର୍ବରୁ ପୋଲିସ ରାଡାର୍‌ରେ ଥିବା ସୋନୁ ମେ ୧୬ରେ ହୋଇଥିଲା ଗିରଫ। ଏହାପରେ ଖୋଳିଥିଲା ଆଇପିଏଲ୍ ବେଟିଂ ରାକେଟ୍‌ର ପୁରା ଗୁମର। ପାକିସ୍ତାନ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଯାଏ ଲମ୍ବିଛି ଏହାର ଚେର। କୁହାଯାଉଛି ଏଥିରେ ଡି କମ୍ପାନିର ଟଙ୍କା ମଧ୍ୟ ଲାଗିଛି। ପୁରା ଆଧୁନିକ ଟେକ୍ନୋଲଜି ବ୍ୟବହାର କରି ହେଉଥିଲା ବେଟିଂ। କେହି ଯେପରି ଫୋନ୍ ଟାପ୍ କରିପାରିବେନି ସେଥିପାଇଁ ବ୍ୟବହାର ହେଉଥିଲା ସ୍ପେଶାଲ ଲାଇନ୍ ହୋଲଡିଙ୍ଗ ମସିନ୍। କେଉଁ ଦଳ ଜିତିଲେ କେତେ ଟଙ୍କା ମିଳିବ ସେ ମୂଲ୍ୟ ଫିକ୍ସ କରୁଥିଲା ସୋନୁ ଏବଂ ତା ସହଯୋଗୀ। ଦଶମ ଶ୍ରେଣୀ ଫେଲ ସୋନୁ ଜଲାନର ମୁମ୍ବାଇରେ ରହିଛି କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି। ଏହାସହ ଭାରତର ବିଭିନ୍ନ ମେଟ୍ରୋ ସହରରେ ସମ୍ପତ୍ତି ଥିବା ଠାବ କରିଛି ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ। ଏହାପୂର୍ବରୁ ୫ ଥର ବେଟିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛି ସୋନୁ।

କ୍ରାଇମ୍ବ୍ରାଞ୍ଚ ସୋନୁ ଜଲାନ୍ ନିକଟରୁ ଜବତ କରିଛି ଏକ ଡାଏରୀ। ଯେଉଁଥିରେ ରହିଛି ଆଇପିଏଲ୍ ବେଟିଂର ସମସ୍ତ ତାଲିକା। କୁହାଯାଉଛି, ବଲିଉଡର ବହୁ ନାମୀ ଦାମୀ ଚେହେରାଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ଯାହା ଅଧିକ ଖୋଲତାଡ଼ ପରେ ସମ୍ନାକୁ ଆସିବ।

 

 

Related story