ତୀରନ୍ଦାଜ ଆସୋସିଏସନର ସଭାପତି ହେଲେ ଅର୍ଜୁନ ମୁଣ୍ଡା

ନୂଆଦିଲ୍ଲୀ: ତୀରନ୍ଦାଜ ଆସୋସିଏସନ ଅଫ ଇଣ୍ଡିଆ(ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ତା। ଏଏଆଇ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲେ ହେଁ ଆଜି ଭୋଟ ଗ୍ରହଣ ୩ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପୂର୍ବତନ ଏଏଆଇ ସଭପତି ବିଜୟ କୁମାର ମାଲହୋତ୍ରାଙ୍କ ସମର୍ଥନ ପାଇଥିବା ଶ୍ରୀ ମୁଣ୍ଡା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଭିପି ରାଓଙ୍କୁ ୩୪-୧୮ ଭୋଟରେ ପରାସ୍ତ କରିଛନ୍ତି। ମୁଣ୍ଡାଙ୍କ ସମର୍ଥକମାନେ ମଧ୍ୟ ଏଏଆଇର ବିଭିନ୍ନ ପଦପଦବୀରେ […]

des

Hemant Lenka
  • Published: Saturday, 18 January 2020
  • , Updated: 18 January 2020, 06:59 PM IST

ନୂଆଦିଲ୍ଲୀ: ତୀରନ୍ଦାଜ ଆସୋସିଏସନ ଅଫ ଇଣ୍ଡିଆ(ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ତା। ଏଏଆଇ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲେ ହେଁ ଆଜି ଭୋଟ ଗ୍ରହଣ ୩ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

ପୂର୍ବତନ ଏଏଆଇ ସଭପତି ବିଜୟ କୁମାର ମାଲହୋତ୍ରାଙ୍କ ସମର୍ଥନ ପାଇଥିବା ଶ୍ରୀ ମୁଣ୍ଡା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଭିପି ରାଓଙ୍କୁ ୩୪-୧୮ ଭୋଟରେ ପରାସ୍ତ କରିଛନ୍ତି। ମୁଣ୍ଡାଙ୍କ ସମର୍ଥକମାନେ ମଧ୍ୟ ଏଏଆଇର ବିଭିନ୍ନ ପଦପଦବୀରେ ବାଜିମାତ କରିଛନ୍ତି। ସମସ୍ତେ ୪ ବର୍ଷ ଯାଏ କାର୍ଯ୍ୟ କରିବେ।

ମହାରାଷ୍ଟ୍ରର ପ୍ରମୋଦ ଚଣ୍ଡିଗଡ଼ର ମହା ସିଂହଙ୍କୁ ୩୧-୨୧ରେ ହରାଇଥିବା ବେଳେ ସିନିୟର ଉପ ସଭାପତି ପଦ ପାଇଁ ହରିଆଣାର କ୍ୟାପ୍ଟେନ ଅଭିମନ୍ୟୁ ଶର୍ମା ମଣିପୁରର ଜିଏ ଇବୋପିଶକା ଶର୍ମାଙ୍କୁ ୩୨-୨୦ ଭୋଟରେ ପରାସ୍ତ କରିଛନ୍ତି।

ଉତ୍ତରାଞ୍ଚଳର ରାଜେନ୍ଦ୍ର ସିଂହ ତୋମାର କୋଷାଧ୍ୟକ୍ଷ ପଦବୀ ପାଇଁ ଲଢ଼ୁଥିବା ଓଡ଼ିଶାର ସମୀକ୍ଷା ନନ୍ଦ ଦାସଙ୍କୁ ୩୪-୧୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏଏଆଇରେ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି। ହେଲେ କେବଳ ୨୬ଟି ରାଜ୍ୟ ନିଜର ଭାଗରେ ଥିବା ଦୁଇଟି ଲେଖାଏ ଭୋଟ ଦେଇଛନ୍ତି।

ନିର୍ବାଚନ ପ୍ରକ୍ରିୟାରେ ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ପଞ୍ଜାବ ଓ ଜମ୍ମୁ-କଶ୍ମୀର ଭାଗ ନେଇ ନଥିଲେ। ୧୯ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରୀ କମିଟି ପାଇଁ ମୋଟ ୫୨ ଖଣ୍ଡ ଭୋଟ ପଡ଼ିଥିଲା।

Related story