ଆସନ୍ତାକାଲି ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ

ଭୁବନେଶ୍ୱର: ଗୁରୁବାର ଶେର ବାଂଲା ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ ଓ ବାଂଲାଦେଶ ପ୍ରଥମ ଦିନିକିଆ। ଶକ୍ତିଶାଳୀ ଭାରତକୁ ସକାଳ ୯ଟାରେ ଭେଟିବ ଘରୋଇ ଦଳ ବାଂଲାଦେଶ। ଏହି ପ୍ରଥମ ଦିନିକିଆ ପାଇଁ ଭାରତପକ୍ଷରୁ ଶିଖର ଧୱନ, ରୋହିତ ଶର୍ମା,ବିରାଟ କୋହିଲି, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ଏମଏସ ଧୋନି, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱୀନି, ଭୁବନେଶ୍ୱର କୁମାର, ଉମେଶ ଯାଦବ୍, ମୋହିତ ଶର୍ମାକୁ ନେଇ ୧୧ ଜଣିଆ ସମ୍ଭାବ୍ୟଦଳ ଘୋଷଣା ହୋଇଛଇ। ଦଳ ୬ […]

prv

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 04:39 PM IST

ଭୁବନେଶ୍ୱର: ଗୁରୁବାର ଶେର ବାଂଲା ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ ଓ ବାଂଲାଦେଶ ପ୍ରଥମ ଦିନିକିଆ। ଶକ୍ତିଶାଳୀ ଭାରତକୁ ସକାଳ ୯ଟାରେ ଭେଟିବ ଘରୋଇ ଦଳ ବାଂଲାଦେଶ। ଏହି ପ୍ରଥମ ଦିନିକିଆ ପାଇଁ ଭାରତପକ୍ଷରୁ ଶିଖର ଧୱନ, ରୋହିତ ଶର୍ମା,ବିରାଟ କୋହିଲି, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ଏମଏସ ଧୋନି, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱୀନି, ଭୁବନେଶ୍ୱର କୁମାର, ଉମେଶ ଯାଦବ୍, ମୋହିତ ଶର୍ମାକୁ ନେଇ ୧୧ ଜଣିଆ ସମ୍ଭାବ୍ୟଦଳ ଘୋଷଣା ହୋଇଛଇ। ଦଳ ୬ ଜଣ ବ୍ୟାଟ୍ସମ୍ୟାନ ଓ ୫ଜଣ ବୋଲରଙ୍କୁ ମଇଦାନକୁ ଓହ୍ଲେଇ ପାରେ। ସେହିପରି ବାଂଲାଦେଶ ମଧ୍ୟ ୧୧ ଜଣିଆ ସମ୍ଭାବ୍ୟ ଦଳ ଚୁଡାନ୍ତ କରିଛି। ଦଳରେ ରହିଛନ୍ତି ତାମିମ୍ ଇକୱାଲ, ସୌମ୍ୟ ସରକାର, ମୁଷାଫିକର ରହୀମ୍, ସକୀବ ଅଲ-ହାଷନ୍, ସବୀର ରହମନ୍, ନସୀର ହୁସେନ୍, ମଷରଫେ ମୋର୍ତାଜା, ଅସ୍ରଫତ ସୁନ୍ନି, ରୁବେଲ ହୁସେନ୍, ତାସ୍କିନ୍ ଅହମ୍ମଦ୍ ଓ ଲିଟନ୍ ଦାସ ରହିଛନ୍ତି। ମୀରପୁର ଶେର ବାଂଲା ଜାତୀୟ ଷ୍ଟାଡିୟମରେ ଜୁନ ୧୮,ଜୁନ ୨୧ ଓ ଜୁନ ୨୪ରେ ଉଭୟ ଦଳ ପରସ୍ପରକୁ ଭେଟିବେ।

ଉଭୟଦଳ ପରସ୍ପର ସହ ୨୯ ଥର ଭେଟି ସାରିଛନ୍ତି। ଗତ ବିଶ୍ୱକପ ସେମିଫାନାଲ ଯାଏଁ ଯାଇଥିବା ଭାରତ ମୋଟ ବାଂଲାଦେଶ ଠାରୁ ୨୫ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ଜିତିଛି ମାତ୍ର ୩ଟି ମ୍ୟାଚ। ଘରୋଇ ଦଳ ଜିତିଥିବା  ୩ଟି ମ୍ୟାଚ ଘରୋଇ ଷ୍ଟାଡିୟମରେ ଜିତିଛି।  ଏହାସହ ଗତ କିଛିଦିନ ତଳେ ବାଂଲାଦେଶ ପାକିସ୍ତାନକୁ ୩-୦ରେ ହରାଇଛି। ତେଣୁ ଦଳର ମନବଳ ସୁଦୃଢ ରହିଛି। ବିଶ୍ୱକପ ପରାଜୟର ପ୍ରତିଶୋଧ ନେବା ପାଇଁ ଦଳ ସ୍ୱତନ୍ତ୍ର ପ୍ଲାନ କରିଛି। ଅନ୍ୟପକ୍ଷରେ ଭାରତ ମଧ୍ୟ ବାଂଲାଦେଶକୁ ହରାଇବାକୁ ଦଳଗତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇଛି।

ସୂଚନାଯୋଗ୍ୟ ଗତ ଜୁନ ୧୦ରୁ ଖେଳାଯାଇଥିବା ଏକ ମାତ୍ର ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଥିଲା। ତେଣୁ ଦିନିକିଆରେ ମଧ୍ୟ ବର୍ଷା ଆଶଙ୍କାକୁ ମଧ୍ୟ ଏଡେଇ ଦିଆଯାଇ ନ ପାରେ।

Related story