ଏସିଆ ଚାମ୍ପିଅନସିପ୍: ବିଜୟରୁ ଅଭିଯାନ ଆରମ୍ଭ କଲେ ସାଇନା,ବାହାରିଲେ କଶ୍ୟପ

ଉହାନ (ଚୀନ): ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ବିଶ୍ୱର ଏକ ନମ୍ବର ଖେଳାଳି ସାଇନା ନେହୱାଲ୍ ଗୁରୁବାର ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଛନ୍ତି। ଆଉ ଏଥିରେ ବିଜୟୀ ହୋଇଛନ୍ତି। ସେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରି-କ୍ୱାର୍ଟର ଫାଇନାଲରୁ ବିଦା ହୋଇଯାଇଛନ୍ତି ପରୁପଲ୍ଲୀ କଶ୍ୟପ। ଅନ୍ୟ ପକ୍ଷରେ ପି.ଭି ସିନ୍ଧୁ ତାଙ୍କର ବିଜୟ ଧାରା ଜାରି ରଖିଛନ୍ତି। ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ତାଙ୍କର ପ୍ରଥମ ମ୍ୟାଚରେ ଭେଟିଥିଲେ ଜାପାନର ନୋଜୋମି […]

saina

Rakesh Mallick
  • Published: Thursday, 23 April 2015
  • , Updated: 23 April 2015, 11:10 AM IST

ଉହାନ (ଚୀନ): ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ବିଶ୍ୱର ଏକ ନମ୍ବର ଖେଳାଳି ସାଇନା ନେହୱାଲ୍ ଗୁରୁବାର ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଛନ୍ତି। ଆଉ ଏଥିରେ ବିଜୟୀ ହୋଇଛନ୍ତି। ସେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରି-କ୍ୱାର୍ଟର ଫାଇନାଲରୁ ବିଦା ହୋଇଯାଇଛନ୍ତି ପରୁପଲ୍ଲୀ କଶ୍ୟପ। ଅନ୍ୟ ପକ୍ଷରେ ପି.ଭି ସିନ୍ଧୁ ତାଙ୍କର ବିଜୟ ଧାରା ଜାରି ରଖିଛନ୍ତି।

ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ତାଙ୍କର ପ୍ରଥମ ମ୍ୟାଚରେ ଭେଟିଥିଲେ ଜାପାନର ନୋଜୋମି ଓକୁହାରାଙ୍କୁ। ଏକ ଘଣ୍ଟା ସାତ ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ ସାଇନା ୨୧-୧୪, ୧୦-୨୧ ଓ ୨୧-୧୦ ଗେମ୍ରେ ନୋଜୋମିଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ମ୍ୟାଚରେ ସାଇନା ଚାଇନୀଜ ତାଇପେର ଜୁ ୟିଙ୍ଗ ତାଇଙ୍କୁ ଭେଟିବେ।

ସେହିପରି ବିଶ୍ୱ ଚାମ୍ପିଅନସିପରେ ଦୁଇ ଥର ବ୍ରୋଞ୍ଜ ପଦକ ହାସଲ କରିଥିବା ପି.ଭି ସିନ୍ଧୁ ମାକାଓର ଟେଙ୍ଗ ଇଓକଙ୍କୁ ୨୧-୮, ୨୧-୯ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି। କ୍ୱାର୍ଟର ଫାଇନାଲରେ ତାଙ୍କର ମୁକାବିଲା ଚୀନର ଲି ଜୁଏରୁଇଙ୍କ ସହିତ ହେବ। ଉଜବେକିସ୍ଥାନର ଅନେତ ଖୁର୍ସୁଦ୍ୟାନଙ୍କୁ ୨୧-୬, ୨୧-୫ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ ଗତକାଲି ଚାଇନୀଜ ତାଇପେର ଜେନ୍ ହାଓ ସୁଙ୍କୁ ୧୫-୨୧, ୨୧-୧୮,୨୧-୧୯ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ପରୁପଲ୍ଲୀ କଶ୍ୟପଙ୍କ ଅଭିଯାନ ଗୁରୁବାର ଶେଷ ହୋଇଯାଇଛି। ପ୍ରି-କ୍ୱାର୍ଟର ଫାଇନାଲରେ ସେ ଚୀନର ଝେଙ୍ଗମିଙ୍ଗ୍ ୱାଙ୍ଗଠାରୁ ୨୩-୨୧, ୧୭-୨୧ ଓ ୮-୨୧ରେ ପରାସ୍ତ ହୋଇଯାଇଥିଲେ।

Related story