ଏସିଆ କପ୍ ସ୍ଥଗିତ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନଜରରେ ରଖି ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୁର୍ଣ୍ଣାମେଣ୍ଟ ହେବା ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଶେଷରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି।

କ୍ରିକେଟ ଓ୍ୱେବସାଇଟ୍ କ୍ରିକ ବଜର ସୂଚନା ଅନୁଯାୟୀ, ଗାଙ୍ଗୁଲି ଇନଷ୍ଟାଗ୍ରାମରେ ଚାଟିଂ କରିବା ବେଳେ ଏହି ସୂଚନା ଦେଇଛନ୍ତି। ସେପ୍ଟେମ୍ୱରରେ ଏସିଆ କପ୍ ହେବାର ଥିଲା। ତେବେ ଏହି ମତ ଏସିଆ କ୍ରିକେଟ କାଉନସିଲର ନିଷ୍ପତ୍ତି ନା ଆୟୋଜକ ଦେଶ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି ସେ ନେଇ ଅଧିକ କିଛି ସୂଚନା ଗାଙ୍ଗୁଲି ଦେଇନଥିବା ଜଣାପଡ଼ିଛି।

ସେହିପରି କ୍ରୀଡା ସାମ୍ୱାଦିକ ବିକ୍ରାନ୍ତ ଗୁପ୍ତାଙ୍କ ସହ କଥା ହେବା ବେଳେ ଦାଦା କହିଛନ୍ତି, କେବେ ଅନ୍ତର୍ଜାତୀୟ ମ୍ୟାଚ ଭାରତ ଖେଳିବ ତାହା ଏବେ କହି ହେବନି। ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ତରବରିଆ ଭାବରେ ନିଷ୍ପତ୍ତି ନେବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।

ସେହିପରି ଆଗାମୀ ଦିନରେ ଟି-20 ବିଶ୍ୱକପ ମ୍ୟାଚ ହେବାର ଅଛି। ଅଷ୍ଟ୍ରେଲିଆରେ ଏହି ମ୍ୟାଚ ହେବ ବୋଲି ସ୍ଥିର ହୋଇଛି। ହେଲେ କରୋନା ଭୂତାଣୁ ପାଇଁ ମେଲବର୍ଣ୍ଣ ମଧ୍ୟ ଲକଡାଉନ୍ ରହିଛି। ତେଣୁ ଅକ୍ଟୋବର-ନଭେମ୍ୱରରେ ହେବାକୁ ଥିବା ଏହି ବିଶ୍ୱକପ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ସ୍ୱାମୀର କଥା ଶୁଣି ମରଣ ମୁହଁରୁ ଉଠି ବସିଲା ସ୍ତ୍ରୀ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ଜନ୍ମଦିନରେ ମହେଶ ବାବୁଙ୍କୁ ପୁଅଝିଅ ଦେଲେ ଉପହାର

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

ରିୟାଙ୍କୁ ପୁଣି ଡାକିଲା ଇଡି

ଲୋକଙ୍କୁ ସୋନୁ ସୁଦ୍‌ଙ୍କ‌ ଅନୁରୋଧ

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ