ଏସିଆ କପ୍‌ ଟି-୨୦: ୟୁଏଇକୁ ୯ ୱିକେଟରେ ହରାଇଲା ଭାରତ

ମୀରପୁର: ଏସିଆ କପ୍‌ ଟି-୨୦ରେ ଗୁରୁବାର ୟୁଏଇକୁ ଭାରତ ୯ ୱିକେଟରେ ପରାସ୍ତ କରିଛି।ଏହା ହେଉଛି ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଲାଗାତାର ଚତୁର୍ଥ ବିଜୟ। ଏହି ବିଜୟ ସହ ଭାରତ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ରବିବାର ଦିନ ଦଳ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ୟୁଏଇ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୮୧ ରନ କରିବାରେ ସମର୍ଥ ହୋଇଥିଲା। ଦଳପକ୍ଷରୁ ଶାଇମାନ୍ ଅନୱାର ୪୩ ରନ୍ […]

yuvraj-pandya-rohit

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 05:04 PM IST

ମୀରପୁର: ଏସିଆ କପ୍‌ ଟି-୨୦ରେ ଗୁରୁବାର ୟୁଏଇକୁ ଭାରତ ୯ ୱିକେଟରେ ପରାସ୍ତ କରିଛି।ଏହା ହେଉଛି ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଲାଗାତାର ଚତୁର୍ଥ ବିଜୟ। ଏହି ବିଜୟ ସହ ଭାରତ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ରବିବାର ଦିନ ଦଳ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

ୟୁଏଇ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୮୧ ରନ କରିବାରେ ସମର୍ଥ ହୋଇଥିଲା। ଦଳପକ୍ଷରୁ ଶାଇମାନ୍ ଅନୱାର ୪୩ ରନ୍ (୪୮ବଲ) କରିଥିବା ବେଳେ ରୋହନ୍ ମୁସ୍ତାଫା ୧୧ ରନ୍ (୨୨ ବଲ) କରିଥିଲେ। ଦଳପକ୍ଷରୁ ବାକି ୯ ଖେଳାଳି ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି ୱିକେଟ ନେଇଥିବା ବେଳେ ବୁମରା,ପାଣ୍ଡ୍ୟା,ହରଭଜନ ସିଂହ, ପୱନ ନେଗୀ ଓ ଯୁବରାଜ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୮୨ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୦.୧ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୩୯ ରନ୍‌ (୨୮ ବଲ୍) କରିଥିବା ବେଳେ ଶିଖର ଧାୱନ୍‌ ୨୦ଟି ବଲରୁ ୧୬ରନ୍ କରି ଅପରାଜିତ ରହିଥିଲେ। ଯୁବରାଜ ସିଂହ ଅପରାଜିତ ୨୫ ରନ କରିଥିଲେ।

Related story