ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ବିଜେତା ସୌରଭ ହେଲେ ୱାର୍ଲ୍ଡ ଚାମ୍ପିଅନ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚାଙ୍ଗଓନ୍‌ରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ରେ ସୌରଭ ଚୌଧରୀ ଜୁନିଅର ୱାର୍ଲ୍ଡ ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ୧୫ ବର୍ଷୀୟ ସୌରଭ ଆଜି ୧୦ ମିଟର ଏୟାର୍ ପିସ୍ତଲର ଜୁନିଅର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ୨୪୫.୫ ସ୍କୋର କରି ଚାମ୍ପିଅନ୍ ହେବା ସହ ସେ ତାଙ୍କ ନାଁରେ ଥିବା ଜୁନିଅର ୱାର୍ଲ୍ଡ ରେକର୍ଡ ବି ଭାଙ୍ଗିଛନ୍ତି। ତାଙ୍କର ପୂର୍ବ ରେକର୍ଡ ଥିଲା ୨୪୩.୭। ପୂର୍ବରୁ ତାଙ୍କର ଏହି […]

saurabh

Jitendra Garnayak
  • Published: Thursday, 06 September 2018
  • , Updated: 06 September 2018, 10:43 AM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚାଙ୍ଗଓନ୍‌ରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ରେ ସୌରଭ ଚୌଧରୀ ଜୁନିଅର ୱାର୍ଲ୍ଡ ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି।

୧୫ ବର୍ଷୀୟ ସୌରଭ ଆଜି ୧୦ ମିଟର ଏୟାର୍ ପିସ୍ତଲର ଜୁନିଅର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ୨୪୫.୫ ସ୍କୋର କରି ଚାମ୍ପିଅନ୍ ହେବା ସହ ସେ ତାଙ୍କ ନାଁରେ ଥିବା ଜୁନିଅର ୱାର୍ଲ୍ଡ ରେକର୍ଡ ବି ଭାଙ୍ଗିଛନ୍ତି। ତାଙ୍କର ପୂର୍ବ ରେକର୍ଡ ଥିଲା ୨୪୩.୭।

ପୂର୍ବରୁ ତାଙ୍କର ଏହି ସ୍କୋର୍ ସିନିଅର ରେକର୍ଡ ଠାରୁ ୦.୧ ଅଧିକ ଥିଲା।  ତେବେ ଏବେ ତାଙ୍କର ଏହି ସ୍କୋର୍ ସିନିଅର ବର୍ଗର ରେକର୍ଡଠାରୁ ୨.୪ ଅଧିକ ରହିଛି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସରେ ମଧ୍ୟ ୧୦ ମିଟର ଏୟାର୍ ପିସ୍ତଲ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Related story