ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର:ଆଉ ମାତ୍ର କେଇଟା ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌। ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଇଭେଣ୍ଟକୁ ନେଇ କ୍ରୀଡାପ୍ରେମୀ ଏବେଠୁ ଉତ୍ସାହିତ। ହେଲେ ଷ୍ଟାଡ଼ିୟମ କାମ ଏ ପର୍ନ୍ତଯ୍ୟ ଶେଷ ହୋଇନଥିବାରୁ ଏତେବଡ ଇଭେଣ୍ଟ କିପରି ଭାବେ ଆୟୋଜିତ ହେବ ତାକୁ ଆଶଙ୍କା ଦେଖାଦେଇଛି।</p> <p>[vc_video link="" align="center"]</p> <p>ପୂର୍ବରୁ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌ ପାଇଁ ଜୁନ ୧୦ ତାରିଖ ସୁଦ୍ଧା କଳିଙ୍ଗ ଷ୍ଟାଡ଼ିୟମରେ ସମସ୍ତ କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେବି ବି କଳିଙ୍ଗ ଷ୍ଟାଡ଼ିୟମରେ ବାକି ରହିଛି ବିଭିନ୍ନ କାମ। ଷ୍ଟାଡିୟମର ବିଭିନ୍ନ କାମ ସମ୍ପୂର୍ଣ୍ଣ ପାଇଁ ଇଡୋକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ୫ଟି କାମ ମଧ୍ୟରୁ କେବେଳ ୨ଟି ସିନ୍ଥେଟିକ ଟ୍ରାକ ପକାଇବାରେ ସଫଳ ହୋଇଛି। ଯଦିଓ ଟ୍ରାକ ପଡିଲାଣି ହେଲେ ଅନ୍ୟସବୁ ପ୍ରତିଯୋଗିତା ପାଇଁ ଆବଶ୍ୟକ ଜିନିଷ ଲାଗିନାହିଁ । ଏହାସହ ଏପର୍ଯ୍ୟନ୍ତ ଫ୍ଲଡ ଲାଇଟର ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଲିପଟ ବ୍ୟବସ୍ଥା ଠାରୁ ଆରମ୍ଭ କରି ଷ୍ଟାଡ଼ିୟମ ଚାରିପଟେ ସୌନ୍ଦର୍ଯ୍ୟକରଣ ଭଳି ଅନେକ କାମ ବାକି ରହିଛି।</p> <p>ସେପଟେ ଆସନ୍ତା ଜୁନ୍‌ ୧୫ ତାରିଖରୁ ଶ୍ରୀଲଙ୍କା ଦଳ ଆସି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଥିବା ବେଳେ ଜୁନ୍‌ ୧୮ରୁ ଭାରତ ସମେତ ଅନ୍ୟ ଦଳ ମାନେ ମଧ୍ୟ ଆସିବେ। ତେବେ ଏହାରି ଭିତରେ ସମସ୍ତ କାମ ଶେଷ ହୋଇନଥିବାରୁ ଇଭେଣ୍ଟର ସଫଳତାକୁ ନେଇ ଆଶଙ୍କା ଦେଖାଦେଇଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।