ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ: ଅନ୍ତିମ ଦିନରେ ଭାରତକୁ ସ୍ୱର୍ଣ୍ଣ ଦେଲେ ସ୍ୱପ୍ନା ଓ ଲକ୍ଷ୍ମଣନ୍‌

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍‌ସିପର ଆଜି ଅନ୍ତିମ ଦିନ। ଶେଷ ଦିନରେ ଭାରତକୁ ଦୁଇ ସ୍ୱର୍ଣ୍ଣ ଦେଇଛନ୍ତି ସ୍ୱପ୍ନା ବର୍ମନ୍‌ ଓ ଜି.ଲକ୍ଷ୍ମଣନ୍‌। ହେପଠାଥେଟ୍‌ରେ ସ୍ୱପ୍ନା ଓ ୧୦,୦୦୦ ମିଟର ଦୌଡ଼ରେ ଲକ୍ଷ୍ମଣନଙ୍କୁ ସ୍ୱର୍ଣ୍ଣ ମିଳିଛି। ପୁରୁଷ ୮୦୦ ମିଟର ଦୌଡରେ ଜିନ୍ସନ୍ ଜହନସନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବିଜୟ ପରେ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି।  ତେବେ ଶେଷ ଦିନରେ ନିରାଶ କରିଛନ୍ତି ଓଡିଆ ଆଥଲେଟ୍ ଦୂତି ଚାନ୍ଦ ଓ ଶ୍ରାବଣୀ […]

ATHLETICS-ASIA-IND

Rakesh Mallick
  • Published: Sunday, 09 July 2017
  • , Updated: 10 July 2017, 07:32 AM IST

ଭୁବନେଶ୍ୱର: ଏସିଆନ୍ ଆଥଲେଟିକସ ଚାମ୍ପିଅନ୍‌ସିପର ଆଜି ଅନ୍ତିମ ଦିନ। ଶେଷ ଦିନରେ ଭାରତକୁ ଦୁଇ ସ୍ୱର୍ଣ୍ଣ ଦେଇଛନ୍ତି ସ୍ୱପ୍ନା ବର୍ମନ୍‌ ଓ ଜି.ଲକ୍ଷ୍ମଣନ୍‌। ହେପଠାଥେଟ୍‌ରେ ସ୍ୱପ୍ନା ଓ ୧୦,୦୦୦ ମିଟର ଦୌଡ଼ରେ ଲକ୍ଷ୍ମଣନଙ୍କୁ ସ୍ୱର୍ଣ୍ଣ ମିଳିଛି। ପୁରୁଷ ୮୦୦ ମିଟର ଦୌଡରେ ଜିନ୍ସନ୍ ଜହନସନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବିଜୟ ପରେ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି।  ତେବେ ଶେଷ ଦିନରେ ନିରାଶ କରିଛନ୍ତି ଓଡିଆ ଆଥଲେଟ୍ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ।  ମହିଳା ୨୦୦ ମିଟର ଦୌଡ଼ ଫାଇନାଲରେ ଉଭୟ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ଦୂତି ୨୩.୫୯ ସେକେଣ୍ଡର ଟାଇମିଂ ରଖିଥିବାବେଳେ, ଶ୍ରାବଣୀ ୨୩. ୬୭ ସେକେଣ୍ଡ ଟାଇମିଂ ରଖିଛନ୍ତି। ପୂର୍ଣ୍ଣିମା ହେମ୍ୱ୍ରମଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେହିପରି ପୁରୁଷ ୨୦୦ ମିଟରରେ ମଧ୍ୟ ଓଡିଆ ଆଥଲେଟ ଅମିୟ ମଲ୍ଲିକ ନିରାଶ କରିଛନ୍ତି। ଫାଇନାଲରେ ଅମିୟ ୨୧.୦୩ ସେକେଣ୍ଡ ସମୟ ନେଇ ସପ୍ତମ ସ୍ଥାନରେ ରହିଛନ୍ତି।

Related story